ଉତ୍ତରପ୍ରଦେଶର ଅଧିକାଂଶ ଜିଲ୍ଲାରେ ପ୍ରଳୟଙ୍କରୀ ବର୍ଷା, ୪୨ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରଳୟଙ୍କରୀ ବର୍ଷା । ଅଧିକାଂଶ ନଦୀରେ ବନ୍ୟା ସହ ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ଯୋଗୁ ୪୨ଜଣଙ୍କ ମୃତ୍ୟୁ ଘଟିଛି । ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଛି ବାରବାଙ୍କି ଜିଲ୍ଲା । ଭିଭିନ୍ନ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବାରବାଙ୍କିରେ ଅବିଶ୍ରାନ୍ତ ବର୍ଷା ଯୋଗୁ ସ୍ଥିତି ଅତି ସଂଗୀନ ହୋଇଛି । କେବଳ ବାରବାଙ୍କିରେ ୧୨ଜଣଙ୍କ ମୃତ୍ୟୁ ଘଟିଛି । ହଜାର ହଜାର ଲୋକ ଜଳବନ୍ଦୀ ରହିଥିବାବେଳ ସେମାନଙ୍କ ନିକଟରେ ରିଲିଫ ପହଞ୍ଚି ପାରିନାହିଁ ।

ପ୍ରୟାଗରାଜ, ଫତେପୁର, ବାନ୍ଦା, ଜୋନପୁର, ରାୟରେଲି, ପ୍ରତାପଗଡ, ଆମେଥି, ସୁଲତାନପୁର, କୋଶାମ୍ବୀ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ସେପଟେ ଲକ୍ଷ୍ନୌରେ ୨୪ଘଣ୍ଟାରେ ୧୩ ସେଣ୍ଟିମିଟର ବର୍ଷା ହୋଇଛି । କାନପୁର, ଫୁରସତଗଞ୍ଜ, ସୁଲତାନପୁରରେ ପ୍ରବଳ ବର୍ଷା ଯୋଗୁ ଲକ୍ଷାଧିକ ଲୋକ ଜଳବନ୍ଦୀ ରହିଛନ୍ତି । ବନ୍ୟା ଯୋଗୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍କୁଲ ବନ୍ଦ କରାଯାଇଛି । ଗତ ୧ ତାରିଖରୁ ସ୍କୁଲରେ ଶିକ୍ଷାଦାନ ଲାଗି ସରକାର ଘୋଷଣା କରିଥିଲେ । ମାତ୍ର ବନ୍ୟା ଯୋଗୁ ତାହାକୁ ବନ୍ଦ କରିଦିଆଯାଇଛି ।

Leave a Reply