ଗାଁରେ ବର୍ଷୁଛି ଗୁଳି , ପ୍ରଶାସନକୁ ଜଣାଇଲେ ଫଳ ଶୂନ୍

ଆଠଗଡ଼ : ଗାଁରେ ବର୍ଷୁଛି ଗୁଳି । ଭୟଭୀତ ଅବସ୍ଥାରେ ଗ୍ରାମବାସୀ। ଘର ଠାରୁ ବଜାର। ସବୁଆଡେ ମେଞ୍ଚା ମେଞ୍ଚା ପଡୁଛି ଗୁଳି । ଲୋକଙ୍କ ଦେହରେ ବାଜୁଛି କିନ୍ତୁ ପ୍ରଶାସନକୁ ଜଣାଇଲେ ମଧ୍ୟ ଫଳ ଶୂନ୍ । ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ କହୁଛନ୍ତି ଆମେ କିଛି ଜାଣିନୁ । କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ନୂଆ ଶାସନ ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ଗୁଳି ବର୍ଷାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ଓ ଲୋକ ।

ଗାଁର ଅନେକ ଲୋକଙ୍କ ଘର ଆଜବେଷ୍ଟ କଣା କରି ଗୁଳି ପଶିଥିବା ବେଳେ କେତେକଙ୍କ ହାତ ଓ ଗୋଡରେ ଗୁଳି ବାଜିଛି। ଗତ ୩ ବର୍ଷରୁ ଅଧିକ ସମୟ ଧରି ଏପରି ସ୍ଥିତି ଲାଗି ରହିଥିବା ବେଳେ ଏହାର ସମାଧାନ ହୋଇପାରୁ ନାହିଁ । ଏଭଳି ଗୁଳିବର୍ଷା କେଉଁଠୁ ହେଉଛି ? କିଏ କରୁଛି ? କାହିଁକି ବନ୍ଦ ହୋଇପାରୁନି ନାହିଁ ? ତଦନ୍ତ କାହିଁକି କରାଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ସେପଟେ ଏହାକୁ ନେଇ ଜିଲ୍ଲାପାଳ ଓ ଅତିରିକ୍ତ ଡିସିପି କହିଛନ୍ତି ଏ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି।