ରାଜରାସ୍ତାରେ ନିଆଁ ଲାଗିଛି, ୨ ଘଣ୍ଟା ବନ୍ଦ ଯାନବାହନ ଚଳାଚଳ

ଭୁବନେଶ୍ୱର: ଜଳୁଛି ରାଜରାସ୍ତା । ଧୂଆଁମୟ ଚତୁର୍ଦିଗ  । ମିଳିଥିବା ସୂଚନା ମୁତାବକ ପାହାଳ ଥାନା ଆଗରେ ଥିବା ରାସ୍ତାରେ ଲାଗିଛି ନିଆଁ । ରାସ୍ତାରେ କେହି ମୋବିଲ ଢାଳିଦେଇଥିବାରୁ କୌଣସି କାରଣରୁ ନିଆଁ ଲାଗିଥିବା ଜଣାପଡ଼ିଛି । ଫଳରେ ଧୂଆଁମୟ ହୋଇଛି ସ୍ଥାନୀୟ ଅଞ୍ଚଳ । ଅଗ୍ନିକାଣ୍ଡ ଏଭଳି ଘଟିଛି ଯେ, ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବା ସମ୍ଭବପର ହୋଇ ପାରୁନାହିଁ  ।

ସେପଟେ ଏଭଳି ଅଗ୍ନିକାଣ୍ଡକୁ ନେଇ ଲୋକମାନେ ଭୟଭୀତ ରହିଛନ୍ତି  । ନିଆଁ ଲାଗିବି ଫଳରେ ରାସ୍ତାରେ ଯାନବାହନ ଚଳାଚଳ ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦ ରହିଥିଲା  । ଧୂଆଁରେ ଭର୍ତ୍ତି ହୋଇଛି ସମଗ୍ର ପରିବେଶ  । ଘଟମା ବିଷୟରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା  । ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିସାରିଥିବା ଜଣାପଡ଼ିଛି ।