ନିଜକୁ କରୋନା ପଜିଟିଭ୍ କହି କ୍ଷମା ମାଗିଲେ ରାମ ଗୋପାଲ ବର୍ମା

1 min read

ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏକ ଟ୍ୱିଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବୁଧବାର ଦିନ ସେ ଟ୍ୱିଟ୍ କରି କହିଛନ୍ତି ଯେ ଡାକ୍ତର ତାଙ୍କୁ କରୋନା ପଜିଟିଭ ବୋଲି କହିଛନ୍ତି ।  ଏହି ଟ୍ୱିଟ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଉ ରାମ ଗୋପାଳଙ୍କ ଏହି ଟ୍ୱିଟ ପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଏବଂ ଏହି ଟ୍ୱିଟର ୧୫ମିନିଟ୍ ପରେ ଆସିଥିଲା ଆଉ ଏକ ଟ୍ୱିଟ ଯେଉଁଥିଲେ ସେ କ୍ଷମା ମାଗି କରୋନା ପଜିଟିଭ୍ କଥାକୁ ଖଣ୍ଡନ କରିଥିଲେ। ଆସନ୍ତୁ ଜାଣିବା ପ୍ରକୃତରେ ପୂରା ଘଟଣା କଣ ଥିଲା ।

ରାମଗୋପାଲ ଟ୍ୱିଟରେ କାହିଁକି ଏମିତି ଲେଖିଲେ ?

ରାମ ଗୋପାଳ ବର୍ମା ସମସ୍ତଙ୍କୁ ଏପ୍ରିଲ୍ ଫୁଲ କରିବାକୁ ଯାଇ ନିଜ ଟ୍ୱିଟର ଆକାଉଣ୍ଟରେ ଏମିତି ଏକ ପୋଷ୍ଟ କରିଥିଲେ । ଯେଉଁଥିଲେ ସେ କରୋନା ପଜିଟିଭ୍ କଥା ଟ୍ୱିଟ୍ କରି ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ ।

ରାମ ଗୋପାଳ ବର୍ମା ପ୍ରଥମ ଟ୍ୱିଟରେ ଲେଖିଛନ୍ତି- ମୁଁ କରୋନା ପଜିଟିଭ୍ ବୋଲି ଡାକ୍ତର ମୋତେ  କହିଛନ୍ତି । ତା’ପରେ ସେ ଆଉ ଏକ ଟ୍ୱିଟରେ ଲେଖିଛନ୍ତି – ଆପଣଙ୍କୁ ନିରାଶ କରିଥିବାରୁ ମୁଁ କ୍ଷମା ମାଗୁଛି । ଡାକ୍ତର ମୋତେ ଏପ୍ରିଲ ଫୁଲ କରିବାକୁ ଯାଇ  ଏହି ଖବର ଦେଇଥିଲେ ।

ଏହା ପରେ ଲୋକମାନେ ରାମ ଗୋପାଳ ବର୍ମାଙ୍କୁ ଟ୍ରୋଲ କରିଥିଲେ। କରୋନା ସଂକ୍ରମିତଙ୍କୁ ପରିହାସ କରିବାରୁ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଏହା ପରେ ସେ ଟ୍ୱିଟରେ କ୍ଷମା ମାଗିଛନ୍ତି ଏବଂ ଲେଖିଛନ୍ତି- ମୁଁ କେବଳ ପରିବେଶକୁ ସାମାନ୍ୟ କରିବାକୁ ଚାହୁଁଥିଲି । ଏହି ଥଟ୍ଟା ମୋତେ କରାଯାଇଥିଲା ଯାହା ମୁ ସୋସିଆଲ ମିଡ଼ିଆରେ ପୋଷ୍ଟ କଲି । କିନ୍ତୁ ଯଦି ମୁଁ କାହାର ଭାବନାକୁ ଆଘାତ ଦେଇଛି, ମୁଁ ସେମାନଙ୍କ ପାଇଁ କ୍ଷମା ପ୍ରାର୍ଥନା କରୁଛି ।

ତେବେ ଏହି ପରିସ୍ଥିତି ଉପହାସ ନକରି ଗମ୍ଭୀରତାର ସହ ନେବାକୁ ସବୁ ବେଳେ ସଚେତନ କରାଯାଉଥିବା ବେଳେ ଏଭଳି ଏପ୍ରିଲ ଫୁଲ୍ କରୁଥିବା ଲୋକ ପ୍ରକୃତରେ ନନ୍ଦନୀୟ ।

Leave a Reply