ସ୍ତ୍ରୀ ଉପରକୁ ଚଳାଉଥିଲେ ଗୁଳି; ହେଲେ ବଳି ପଡିଲା ପଡିଶା ଘରର ନାବାଳକ ପୁଅ

1 min read

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ମୗେରଦାବାଦରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରବାରିକ ଝଗଡା ଯୋଗୁଁ ବଳି ପଡିଛି ଜଣେ ୭ ବର୍ଷର ପୁଅ ।

ସୂଚନା ଅନୁଯାୟୀ ଜନପଦ ସ୍ଥିତ ମୗେରଦାବାଦ ଥାନା ଅନ୍ତର୍ଗତ ସିଭିଲ୍ ଲାଇନର ହିମଗିରି କଲୋନୀରେ ଏହି ଅଘଟଣ ଘଟିଛି । ସମ୍ପୃକ୍ତ କଲୋନୀରେ ରହୁଥିବା ଖୁବ ସିଂହ ଓ ତାଙ୍କ ପତ୍ନୀ ମମତାଙ୍କ ଘରୋଇ କଳି ଏତେ ମାତ୍ରାରେ ବଢିଯାଇଥିଲା ଯେ ସ୍ୱାମୀ ଜଣକ ଗୁଳି ଚଳାଇବାକୁ ପଛାଇନଥିଲେ । ଘରର ଛାତ ଉପରକୁ ଯାଇ ମମତାଙ୍କ ଉପରକୁ ଗୁଳି ଚଳାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ସେ।

ହେଲେ ଦୁର୍ଭାଗ୍ୟବଶତଃ ସାମ୍ନା ଛାତରେ ମା’ ସହ ପଢୁଥିବା ୭ ବର୍ଷୀୟ ପୁନିତର ବେକରେ ଯାଇ ଗୁଳି ବାଜିଥିଲା । ପୁନିତ ସହ ତାଙ୍କ ମା’ ମଧ୍ୟ ଆହତ ହୋଇପଡିଥିଲେ ।

ମାଆ-ପୁଅଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ମାନେ ଏକଜୁଟ ହେବା ସଙ୍ଗେସଙ୍ଗେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ପୁଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply