ପୁଣି ଚାଷୀ ଖାଇଲେନି ସରକାରଙ୍କ ଖାଦ୍ୟ, କହିଲେ ଏମିତି..

1 min read

ନୂଆଦିଲ୍ଲୀ: ସରିନାହିଁ ଆଲୋଚନା ,ବାହାରିନି ନିଷ୍କର୍ସ । ଦିଲ୍ଲୀସ୍ଥିତି ବିଜ୍ଞାନ ଭବନରେ ବସିଛି ଚାଷୀ-ସରକାର ବୈଠକ । କିନ୍ତୁ ଏହାରି ମଧ୍ୟରେ ମଧ୍ୟାହ୍ନ ଭୋଜନ ବିରତିରେ ଦେଖାଯାଇଛି ପୂର୍ବସ୍ଥିତି । କେନ୍ଦ୍ର ସରକାରଙ୍କ ଖାଦ୍ୟକୁ ଗ୍ରହଣ କରିବୁନାହିଁ ବୋଲି ସିଧାସିଧା କହିଛନ୍ତି ଚାଷୀ । ପୁନର୍ବାର ମଧ୍ୟାହ୍ନ ଭୋଜନକୁ ବର୍ଜନ କରିଛି ସଂଗଠନ । ଆଉ ସରକାରଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ତୁମେ ତୁମ ଖାଦ୍ୟ ଖାଅ, ଆମେ ଆମ ଖାଦ୍ୟ ଖାଇବୁ ।

ପୂର୍ବରୁ ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ସାତ ଥର ଶେଷ ହୋଇସାରିଛି ବୈଠକ । ଆଜି ଅଷ୍ଟମଥର ପାଇଁ ବସିଛି ବୈଠକ । ଚାଷୀ ସଂଗଠନର ୪ଟି ଦାବିରୁ ୨ଟି ଦାବିକୁ ମାନି ନେଇଛନ୍ତି ସରକାର । ଯଥା ନଡା ଜଳାଇବା ଏବଂ ବିଜୁଳି ବିଲ ଭଳି ଦୁଇଟି ଦାବିକୁ ସରକାର ମାନିନେଇଥିବା ବେଳେ ଆଜି ଏମଏସପି ଏବଂ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା ଜାରି ରହିଛି ।

Leave a Reply