spot_img

Latest Posts

IT ସର୍ଭେ ବିରୁଦ୍ଧରେ ସୋନୁଙ୍କୁ ମିଳିଲା ଫ୍ୟାନଙ୍କ ସମର୍ଥନ, ଟ୍ରେଣ୍ଡ କରୁଛି #IstandWithSonuSood

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କଙ୍କ ଘରେ ଗତ ଦୁଇଦିନ ହେବ ଆୟକର ବିଭାଗ ସର୍ଭେ କରୁଛି। ତେବେ ଏ ସର୍ଭେ କ’ଣ ପାଇଁ କରାଯାଉଛି ବିଷୟରେ କୌଣସି ତଥ୍ୟ। ବୁଧବାର ଆୟକର ବିଭାଗ ସୋନୁଙ୍କ ଘର ସମେତ ତାଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ସର୍ଭେ କରିଥିଲା। ତେବେ ଆଜି ମଧ୍ୟ ଏହି ସର୍ଭେ ଜାରି ରହିଛି। ଏହି ସର୍ଭେର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବାବେଳେ, ସୋନୁଙ୍କୁ ଫ୍ୟାନମାନଙ୍କ ସମର୍ଥନ ମିଳିଛି ।

ଟ୍ୱିଟରରେ #IstandWithSonuSood ଟ୍ରେଣ୍ଡ କରୁଛି । ପ୍ରଶଂସକମାନେ ସୋନୁଙ୍କୁ ଅସଲ ହିରୋ କହିବା ସହ ସୋନୁଙ୍କ ସପକ୍ଷରେ ଟ୍ୱିଟ୍ କରୁଛନ୍ତି। ସମସ୍ତେ ସୋନୁଙ୍କୁ ୟୁଥ ଆଇକନ ବୋଲି କହୁଛନ୍ତି । କରୋନା କାଳରେ ସୋନୁ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ। ତେବେ ତାଙ୍କର ଏହି ସାହାଯ୍ୟକୁ ମନେପକାଇ ଫ୍ୟାନମାନେ ଆଜି ତାଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି।

ସୂଚନାନୁସାରେ, ସୋନୁ ସୁଦଙ୍କ ଆର୍ଥିକ ରେକର୍ଡ, ଆୟ, ଆକାଉଣ୍ଟ ବୁକ୍, ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରାଯାଉଛି। ତେବେ ସୋନୁଙ୍କ ଘରେ ଚାଲିଥିବା ଏହି ସର୍ଭେକୁ ନେଇ ଆଦମୀ ପାର୍ଟି ଅସନ୍ତୋଷ ବ୍ୟକ୍ତ କରିଛି।

ଫାନମାନେ ଦୁଃଖ ପ୍ରକାଶ କରୁଛନ୍ତି ଯେ ଯେଉଁ ବ୍ୟକ୍ତି ଅନ୍ୟର ସାହାଯ୍ୟ କରନ୍ତି, ଅନ୍ୟର ଚିନ୍ତା କରନ୍ତି ତାଙ୍କୁ ସମ୍ମାନ ମିଳୁନାହିଁ। ଏ ନେଇ ଆମକୁ ଲଜ୍ୟା ଲାଗିବା କଥା। ଜଣାଇଦେବାକୁ ଚାହୁଁଯେ କରୋନା ମହାମାରୀ ବେଳେ ସୋନୁ ଲକଡାଉନ ଯୋଗୁ ଫସି ରହିଥିବା ପ୍ରବାସୀଙ୍କୁ ଘରକୁ ପଠାଇବା ହେଉ କି କୌଣସି ଗୁରୁତର କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ବ୍ୟାବସ୍ଥା କରିବା ହେଉ, ସେ ସବୁବେଳେ ସାହାଯ୍ୟ ପାଇଁ ତତ୍ପର ରହୁଥିଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ମଧ୍ୟ ସୋନୁଙ୍କ ସପକ୍ଷରେ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ ସତ୍ୟର ମାର୍ଗରେ ବହୁତ ବାଧାବିଘ୍ନ ଆସେ କିନ୍ତୁ ସତ୍ୟ ସବୁବେଳେ ବିଜୟୀ ହୁଏ। ସୋନୁ ସୁଦଙ୍କ ସହ ସେହି ଲକ୍ଷ ଲକ୍ଷ ପରିବାରର ପ୍ରାର୍ଥନା ଅଛି ଯେଉଁମାନଙ୍କୁ ସେ ଅସୁବିଧା ସମୟରେ ସାହାଯ୍ୟ କରିଥିଲେ।

ଅନ୍ୟପଟେ ଅଭିନେତା ସୋନୁଙ୍କର କିନ୍ତୁ ଏଯାଏ ଏ ସମ୍ବନ୍ଧୀୟ କୌଣସି ପ୍ରତିକ୍ରିୟା ମିଳିନାହିଁ । ଲଗାତା ଦୁଇ ଦିନ ଧରି ତାଙ୍କ ଘରେ ସର୍ଭେ କ’ଣ ପାଇଁ କରାଯାଉଛି, ତା’ର ମଧ୍ୟ କାରଣ ଅସଷ୍ପଷ୍ଟ ରହିଛି।

Latest Posts

Don't Miss