ଭାରତର ୧୫ତମ ସହର ଭାବେ ଭୁବନେଶ୍ୱରରେ ଯୋଡି ହେଲା EY ଟେକ୍ନୋଲୋଜି ହବ୍‌

1 min read

ଭୁବନେଶ୍ବର: ଉଦଘାଟିତ ହେଲା EY ଟେକ୍ନୋଲୋଜି ହବ । ରାଜ୍ୟର ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଉଦ୍ଦଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ EY ଟେକ୍ନୋଲୋଜି ହବ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଓଡିଶାର କ୍ଲାଏଣ୍ଟ ସର୍ଭିସ ପାର୍ଟନର ମିତ୍ରଭାନୁ ଚୌଧୁରୀ, EY ମ୍ୟାନେଜିଂ ପାର୍ଟନର ଇଷ୍ଟ ହରିଶ ଅଗ୍ରୱାଲଙ୍କ ସମେତ ଆଇଟି ବିଭାଗ ର ସଚିବ ଓ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

EY ଟେକନୋଲୋଜି ସେଣ୍ଟର ଓଡିଶାରେ ଆରମ୍ଭ ହୋଇଥିବାରୁ ଏହା ନିଶ୍ଚିତତା, ଟିକସ, ରଣନୀତି, କାରବାର ଏବଂ ପରାମର୍ଶ ସେବାରେ ବିଶ୍ୱସ୍ତରୀୟ ସେବା ପ୍ରଦାନ କରିବାରେ ସହାୟକ ହେବ । ବର୍ତ୍ତମାନ ଭାରତର 15 ତମ ସହର ଭାବେ ଭୁବନେଶ୍ୱରରେ EY ଯୋଡି ହୋଇଛି । ଓ-ହବରେ ରେ 15,000 ବର୍ଗଫୁଟ ଅତ୍ୟାଧୁନିକ ଭିତ୍ତିଭୂମି ସହିତ EY ଟେକ୍ନୋଲୋଜି ହବ ଖୋଲିଛି । ଏହା ଓଡିଶା ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ କମ୍ପାନୀକୁ ଓଡିଶାର ବୈଷୟିକ ଶିକ୍ଷାଗତ ପରିବେଶରୁ ସମ୍ଭାବ୍ୟ ପ୍ରତିଭାକୁ ବ୍ୟବହାର କରିବାରେ ସକ୍ଷମ ହେବ ।