spot_img

Latest Posts

ଫୁଟପାଥରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ବୋହୂ ଇରା ବସୁ ଗତ ଦୁଇ ବର୍ଷ ଧରି ଫୁଟପାଥରେ ରହୁଥିବା ନେଇ ଜଣାପଡିଛି। ଯାହା ପରେ ତାଙ୍କୁ ମାନସିକ ରୋଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ୭୦ ବର୍ଷୀୟ ଇରା ଗତ କିଛି ବର୍ଷ ଧରି ଭୂମିହୀନ ହୋଇପଡିଥିଲେ। ସେ ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ୨୦୦୯ ମସିହାରେ ଅବସର ନେଇଥିଲେ। ଏନେଇ ଇରା ଅଭିଯୋଗ କରିଛନ୍ତି, ପରବର୍ତ୍ତୀ ସମୟରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏହା ପରେ ସେ କୋଲକାତାର ଫୁଟପାଥରେ ରହିବାକୁ ବାଧ୍ୟ ହୋଇଥିଲେ।

ଗୁରୁ ଦିବସ ଅବସରରେ ଏହି ଘଟଣା ଲୋକଲୋଚନକୁ ଆସିଛି । କୋଲକାତାର ଡନଲୋପ୍ ଫ୍ଲାଏ ଓଭର ତଳେ ତାଙ୍କର କିଛି ଛାତ୍ର ତାଙ୍କୁ ସମ୍ମାନ ଜଣାଇବା ପାଇଁ ଆସିଥିଲେ । ଏହା ପରେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଜଙ୍କ ପତ୍ନୀ ମୀରାଙ୍କ ଭଉଣୀ ବୋଲି ଜଣାପଡିଥିଲା । ବହୁ ଲୋଙ୍କ ତାଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିବା ବେଳେ ସେ ମନା କରିଦେଇଥିଲେ ।

ଏନେଇ ଡନଲୋପ୍ ଅଞ୍ଚଳର ବାସିନ୍ଦା କହିଛନ୍ତି ଯେ ଇରା ଫୁଟପାଥରେ ରହୁଥିଲେ ସତ, କିନ୍ତୁ ସେ କାହାକୁ ଭିକ୍ଷା ମାଗନ୍ତିନାହିଁ । ସେ ସବୁବେଳେ ପାଖ ଦୋକାନରୁ କିଣିକି ଖାଆନ୍ତି। ସେ ଖାରଦାହ ପ୍ରିୟାଂଥ୍ ବାଳିକା ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲା ବେଳେ ସେ ଖୁବ୍ ପରିଚିତ ମଧ୍ୟ ଥିଲେ । ହେଲେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରିଟାୟରମେଣ୍ଟର କିଛି ଦିନ ପୂର୍ବରୁ ସେ ବେଳେ ବେଳେ ଖାଲି ପାଦରେ ଅଫିସ୍ ଆସିବା ସହ ମଇଳା ଲୁଗା ପିନ୍ଧିକି ଆସୁଥିଲେ । ଆଉ ଅବସର ପରେ ସେ ପୂର୍ବତନ ହେଡ ମିଷ୍ଟ୍ରେସଙ୍କ ଘରେ ରହୁଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପରେ ବାରାନଗରର ଏକ ଫୁଟପାଥକୁ ଚାଲିଯାଇଥିଲେ ।

Latest Posts

Don't Miss