ଭାରତଗସ୍ତରେ ୟୁରୋପୀୟ ୟୁନିଅନ୍ ମୁଖ୍ୟ: ଋଷଠାରୁ ଦୂରେଇ ଯିବାକୁ ପ୍ରବର୍ତ୍ତାଇବେ

ନୂଆଦିଲ୍ଲୀ: ଭାରତ ଗସ୍ତରେ ୟୁରୋପୀୟ ୟୁନିଅନ ମୁଖ୍ୟ କାର୍ଯ୍ୟନିର୍ବାହୀ ଉର୍ସୁଲା ଭନ ଡିର୍ ଲେୟନ । ଭାରତ ଓ ୟୁରୋପୀୟ ୟୁନିଅନ ମଧ୍ୟରେ ସାମରିକ ସହଭାଗିତା, ମୁକ୍ତ ବାଣିଜ୍ୟ ଆଦି ପ୍ରସଙ୍ଗରେ ଆଲୋଚନା କରିବେ ଉର୍ସୁଲା । ବିଶେଷ କରି ଋଷ ଉପରେ ବିଶେଷ ନିର୍ଭରଶୀଳ ନହେବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବେ ଉର୍ସୁଲା । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଉର୍ସୁଲା ବି କରିଛନ୍ତି ଆଲୋଚନା । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଋଷଠାରୁ ଦୂରେଇ ଯିବା ଲାଗି ସେ ଭାରତକୁ ପ୍ରବର୍ତ୍ତାଇବେ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ପରେ ପରେ ୟୁରୋପୀୟ ୟୁନିଅନ ନେତ୍ରୀଙ୍କ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ସେ କହିଛନ୍ତି ଭାରତ ଓ ୟୁରୋପୀୟ ୟୁନିଅନ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ଆଦି କ୍ଷେତ୍ରରେ ସହଭାଗିତା ଲାଗି ଉଦ୍ୟମ ହେବ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ମହାତ୍ମା ଗାନ୍ଧିଙ୍କ ସମାଧିପୀଠକୁ ଯାଇ ଅର୍ପଣ କରିଛନ୍ତି ଶ୍ରଦ୍ଧାଞ୍ଜଳି ।

ସୂଚନା ଯୋଗ୍ୟ, ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଭାରତରେ ପହଞ୍ଚିବା ପରେ ସେ ପ୍ରଥମେ ଗୁଜରାଟର ଅହମଦାବାଦ ସ୍ଥିତ ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ। କେବଳ ଏତିକି ନୁହେଁ, ବୋରିସ୍ ଏଠାରେ ଚରଖା ଚଲାଇବା ମଧ୍ୟ ଶିଖିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।  ତେବେ ସାଧାରଣ ଲୋକଙ୍କ ଭଳି ବସି ଚରଖା ଚଳାଉଥିବା ଭିଡ଼ିଓ ସୋସିଅଲ ମିଡିଆରେ ଲୋକଙ୍କ ମନ କିଣୁଛି । ତେବେ ଏହି ସମୟରେ ତାଙ୍କ ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ  ଭୂପେଶ ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ୨୮୦ କୋଟି ଟଙ୍କାର ହେରୋଇନ୍ ବୋଝେଇ ପାକିସ୍ତାନୀ ବୋଟ୍ ଜବତ