୯ଟି ଆଞ୍ଚଳିକ ଭାଷାରେ ପଢାଯିବ ଇଞ୍ଜିନିୟରିଂ ପାଠ

1 min read

ନୂଆଦିଲ୍ଲୀ: ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ିବେ ପିଲା । ଆସନ୍ତା ଶିକ୍ଷାବର୍ଷରୁ ପିଲାମାନଙ୍କୁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ବିଶେଷକରି ଇଞ୍ଜିନିୟରିଂ ପଢ଼ାଯିବ ।  ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରୀଆଲଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏ ନେଇ ଏକ ବୈଠକ ବସିଥିଲା ।

ବିଦ୍ୟାଳୟ ଶିକ୍ଷା ବୋର୍ଡରେ ଥିବା ସ୍ଥିତିର ମୂଲ୍ୟାଙ୍କନ କରିବା ପରେ ଜାତୀୟ ଶିକ୍ଷା ଏଜେନ୍ସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସିଲାବସ୍ ବାହାରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।  ଏ ନେଇ ପୋଖ୍ରୀଆଲ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷରୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଖୋଲାଯିବ। ଏଥିପାଇଁ ଆଇଆଇଟି ଏବଂ ଏନଆଇଟି ପାଠ୍ୟକ୍ରମକୁ ମଧ୍ୟ ସର୍ଟଲିଷ୍ଟ କରାଯାଇଛି । ହିନ୍ଦୀ ଓ ଇଂରାଜୀକୁ ଛାଡ଼ିଲେ JEE -MAIN ପରୀକ୍ଷା ୯ଟି ଆଞ୍ଚଳିକ ଭାଷାରେ କରିବାକୁ ଏନଟିଏ ଗତ ଅକ୍ଟୋବରରୁ ନିଷ୍ପତ୍ତି ନେଇଛି ।

Leave a Reply