ଶ୍ରୀନଗର ରାଇନାୱାରିରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

1 min read

 ଶ୍ରୀନଗର: ମଧ୍ୟ କାଶ୍ମୀରର ଶ୍ରୀନଗର ଜିଲ୍ଲାର ରାଇନାୱାରିରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ପୂର୍ବତନ ସାମ୍ବାଦିକ ଥିବା ସୂଚନା । ମୃତ ରଇଜ ଅହମ୍ମଦ ଭଟ୍ଟ ପୂର୍ବରୁ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଅଗଷ୍ଟରେ ସେ ଲସ୍କର-ଏ-ତଏବା ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲେ ।

ଏବେ ରଇଜ ଅହମ୍ମଦ ଏକ ଅନଲାଇନ ନ୍ୟୁଜ୍ ପୋର୍ଟାଲ ଚଳାଉଥିଲେ । ଗଣମାଧ୍ୟମର ଦୂରୁପଯୋଗ କରି ରଇଜ ଅହମ୍ମଦ ଆତଙ୍କବାଦୀଙ୍କୁ ସହଯୋଗ କରିଆସୁଥିଲେ ବୋଲି କାଶ୍ମୀର IGP ବିଜୟ କୁମାର ସୂଚନା ଦେଇଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ରଇଜଙ୍କ ବିରୋଧରେ ଦୁଇଟି ଅଭିଯୋଗ ମଧ୍ୟ ପୋଲିସ ପାଖରେ ରହିଥିଲା । ଅନ୍ୟଜଣେ ମୃତ ଆତଙ୍କୀ ବିଜବେହାରର ହିଲାଲ ଅହମ୍ମ ବୋଲି ପୋଲିସ କହିଛି ।

Encounter Starts At Redwani Area Of Kulgam Two Three Terrorist Trapped

ସୂଚନା ଅନୁସାରେ, ମଧ୍ୟ କାଶ୍ମୀରର ଶ୍ରୀନଗର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା  । ଏହି ଗୁଳି ବିନମୟରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ତାଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଏନେଇ ବୁଧବାର ଦିନ ପୋଲିସ ସୂଚନା ଦେଇଛି । ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏକ ଦଳ ଆତଙ୍କବାଦୀ ଥିବା ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।