ଆଜିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା; ୧୫ ଯାଏ ଚାଲିବ କମ୍ପ୍ୟୁଟର ବେସଡ ଟେଷ୍ଟ

ଭୁବନେଶ୍ୱର : ଆଜିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ପରୀକ୍ଷା ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଦୈନିକ 3ଟି ସିଫ୍ଟରେ ପରୀକ୍ଷା ହେବ । ରାଜ୍ୟରେ ୩୦ଟି ସହରରେ ୪୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ମେ ୩୧ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ଓଜେଇଇ ପକ୍ଷରୁ ପ୍ରକାଶିତ ସୂଚୀ ଅନୁସାରେ ଦିନକୁ ୩ଟି ସିଙ୍ଗରେ ହେବ ପରୀକ୍ଷା । କମ୍ପ୍ୟୁଟର ବେସଡ ଟେଷ୍ଟ ବା ସିବିଟି ମୋଡରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ ଯାଏ ହେବ । ୧୨ଟା ୩୦ରୁ ୨ଟା ୩୦ ଯାଏ ଦ୍ବିତୀୟ ସିଫ୍ଟ, ୪ ଟାରୁ ସାଢ଼େ ୬ଟା ଯାଏ ତୃତୀୟ ସିଟିଙ୍ଗ ପରୀକ୍ଷା ହେବ । ପ୍ରଥମ ଦିନର ପରୀକ୍ଷାରେ ଲାଟେରାଲ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ମାନେ ପରୀକ୍ଷା ଦେବେ ।

ଆସନ୍ତାକାଲି ଏମସିଏ, ଏମଟେକ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ତୃତୀୟ ଦିନ ଏମବିଏ ପାଇଁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ୧୨ ତାରିଖରେ ବିଫାର୍ମା ଓ ୧୫ ତାରିଖରେ ଲାଟେରାଲ ଡିପ୍ଲୋମା, ଏଲଇ ଫାର୍ମା, ଇଣ୍ଟିଗ୍ରେଟେଡ ଏମବିଏ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶାର ୩୦ଟି ସ୍ଥାନରେ ୪୪ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ କେନ୍ଦ୍ରରେ ପରୀକ୍ଷା ହେବ ।