ପୂର୍ବତନ IFS ଅଫିସର ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି
1 min readଭୁବନେଶ୍ୱର: ପୂର୍ବତନ ଆଇଏଫଏସ୍ ଅଫିସର ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ୍ କରାଯାଇଛି । ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତି ଆଟାଚ୍ କରିଛି ଇଡି । ୨୦୨୦ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକଙ୍କ ଘର ରେଡ୍ କରିଥିଲା ଭିଜିଲାନ୍ସ ।
ED has provisionally attached assets worth Rs. 29.83 lakh of Abhay Kant Pathak, Ex-IFS, the then Addl. Principal Chief Conservator of Forest, Plan, Programme and Afforestation, P.C.C.F.,Govt of Odisha under PMLA for possessing assets disproportionate to his known source of income
— ED (@dir_ed) April 29, 2022
ତଦନ୍ତ ବେଳେ ଅଭୟ ପାଠକ ବେଆଇନ୍ ଭାବେ ଟଙ୍କା ରୋଜଗାର କରି ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି । ନିଜ ଓ ପରିବାର ସଦସ୍ୟଙ୍କ ନାଁରେ ଅସ୍ଥାବର ସମ୍ପତ୍ତି ଓ ବ୍ୟାଙ୍କ ଜମା କରିଥିଲେ । ଏ ସମ୍ପର୍କରେ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।