ନକଲି ମହୁ, ଅଗୁର, ଗଙ୍ଗା ଜଳ , ଘିଅ ପରେ ଏବେ ବଜାରରେ ବୁଲୁଛି ନକଲି ସସ୍

କଟକ: ନକଲି ଖାଦ୍ୟ ପଦାର୍ଥ ପାଇଁ ଅସୁସ୍ଥ ହେଉଛନ୍ତି  ଲୋକେ । ତେଲଠୁ ଆରମ୍ଭ କରି ଲୁଣ ପର୍ଯ୍ୟନ୍ତ ସବୁଥିରେ କରାଯାଉଛି ଘୋଟାଲା । ଗତ କିଛିଦିନ ତଳେ ଘିଅର ନକଲି କାରଖାନା ଉଉରେ ଚଢାଉ କରାଯାଇଥିବା ବେଳେ ଆଜି ନକଲି ସସ୍ କମ୍ପାନୀରେ ରେଡ୍ ହୋଇଛି । ନକଲି ସସ୍ ପ୍ରସ୍ତୁତ କରାଯାଉଥିବା କମ୍ପାନୀ ଉପରେ ଯେତେବେଳେ ଚଢାଉ କରାଗଲା ସେଠାରେ ବୋତଲ ବୋତଲ ସସ୍ ଜବତ ସସ୍ ଜବତ କରାଯାଇଥିଲା । ଏହାସହ ଏହି ସସ୍ ଗୁଡ଼ିକରେ ଅପମିଶ୍ରଣ ହେଇଥିବା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥିଲା ।

କଟକ ଜଗତପୁର ଆଇବି ରୋଡ଼ରେ ଚୋରାରେ ଚାଲିଥିବା ଏକ ନକଲି ସସ କମ୍ପାନୀ ଉପରେ ଜଗତପୁର ପୋଲିସ ଅତର୍କିତ ଚଢାଉ କରିଛି । ଚଢାଉରେ ଲକ୍ଷାଧିକ ଟଙ୍କାର ସସ୍ ପ୍ରସ୍ତୁତକାରୀ  ସାମଗ୍ରୀ ଜବତ କରାଯିବା ସହିତ ମାଲିକ କର୍ମଚାରୀଙ୍କୁ ଅଟକ ରଖି ପଚାରାଉଚରା କରାଯାଉଛି।

ନିମ୍ନମାନର ଖାଦ୍ୟ ସାମଗ୍ରୀ ଓ କେମିକାଲ ମିଶାଇ ପ୍ରସ୍ତୁତ କରାଯାଉଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି  । ପୋଲିସ ତଦନ୍ତ ଜାରି ରହିଛି । ଏହା ପୂର୍ବରୁ ନକଲି ମହୁ, ଅଗୁର, ଗଙ୍ଗା ଜଳ , ଘିଅ ଆଦି କମ୍ପାନି ଉପରେ ପୋଲିସ ଚଢ଼ାଉ କରିସାରିଛି। ସହର ତଥା ଆଖପାଖ ଅଂଚଳରେ ଏହି କମ୍ପାନୀ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ପୋଲିସ ସେସବୁ ଉପରେ ଚଢ଼ାଉ ଜାରି ରଖିଛି ।

Leave a Reply