କଟକଣା ଭିତରେ ଆରମ୍ଭ ହେବ DL ଓ LL ଟେଷ୍ଟ

1 min read
DL-ଓ-LL

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ୍‌ ଆବେଦନ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହେବ । ଦୁଇ ତିନି ଦିନ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି । କୋଭିଡ୍‌ ନିୟମ ପାଳନ ସହ DL ଓ LL ପାଇଁ ଟେଷ୍ଟ ମଧ୍ୟ ଆରମ୍ଭ ହେବ ।

କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ନିୟମ ମାନି ଦୈନିକ ସର୍ବାଧିକ ୨୦ ଜଣଙ୍କ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ପରିବହନ କମିଶନରଙ୍କୁ ପତ୍ର ଲେଖିଛି ସଡ଼କ ଓ ପରିବହନ ବିଭାଗ । ସରକାରଙ୍କ ଅନୁମତି ପରେ ଏନେଇ ତତ୍ପର ହୋଇଛି ବିଭାଗ । କିପରି କୋଭିଡ୍‌ କଟକଣା ପାଳନ ହେବ ସେନେଇ ବିଭାଗ କମିଶନରଙ୍କୁ ଚିଠି ଲେଖିଛି ।

ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା, ବାହାରେ ପାନ ଛେପ ନପକାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରିବହନ କମିଶନର ଖିୁବଶୀଘ୍ର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିବେ ବୋଲି ସୂଚନା ମିଳିଛି । ଦିନକୁ କେତେ ଲୋକ ଆସିବେ, କିଭଳି ବୁକିଂ କରିବେ ସେ ନେଇ ମଧ୍ୟ ଜାରି କରିବେ ନିର୍ଦ୍ଦେଶାବଳୀ ।

ଅନ୍ୟପଟେ ଅଗଷ୍ଟ ୧୪ରେ ରାଜ୍ୟରେ ସମସ୍ତ ଆରଟିଓ କାର୍ଯ୍ୟାଳୟ ଖୋଲାଯାଇଥିଲା । ଏହାସହ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ ଓ ସ୍ଲଟ୍‌ ବୁକିଂ ହେବ ବୋଲି କୁହାଯାଇଥିଲା । ମାର୍ଚ୍ଚ ମାସରେ କରୋନା କଟକଣା ପାଇଁ ବନ୍ଦ ଥିଲା ଆରଟିଓ କାର୍ଯ୍ୟାଳୟ ।

Leave a Reply