ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା

ମୋହନା: ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା । ଗଜପତି ଜିଲ୍ଲା ମୋହନା ଥାନା ଗପଟିମା ଗାଁରେ ଏହି ଡବଲ୍‌ ମର୍ଡର ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଗାଁ ନିକଟସ୍ଥ କୁଡିମା ଜଙ୍ଗଲରୁ ଦୁଇଜଣଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ପଟ୍ର ମଲ୍ଲିକ ଓ ସବିତା ମଲ୍ଲିକ ।

ପଟ୍ରଙ୍କ ଛାତିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ସବିତାଙ୍କ ଗଳାକାଟି ହତ୍ୟା କରାଯାଇଛି । ସ୍ୱାମୀ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ସେମାନଙ୍କ ଶରୀର କ୍ଷତସ୍ଥାନରେ ଲଙ୍କାଗୁଣ୍ଡ ଢଳା ଯାଇଥିବା ଦେଖିବାକୁ ମିଳିଛି । ମୋହନା ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply