ସ୍ୱାଭାବିକ ହେଉଛି ବିମାନ ଚଳାଚଳ, ବଢୁଛି ଯାତ୍ରୀ ସଂଖ୍ୟା

1 min read

ନୂଆଦିଲ୍ଲୀ: କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରିଛି ଦେଶର ବିମାନ ସେବା। ସ୍ୱାଭାବିକ ହୋଇଛି ବିମାନ ଚଳାଚଳ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଦେଶର ବିମାନ ଚଳାଚଳ କ୍ଷେତ୍ର ଇତି ମଧ୍ୟରେ ପ୍ରାକ୍‌ ମହାମାରୀ ସ୍ଥିତିକୁ ଫେରି ଆସିଛି। ସିନ୍ଧିଆ କହିଛନ୍ତି ଯେ, କୋଭିଡ-୧୯  ପୂର୍ବରୁ ଦେଶରେ ଦୈନିକ ଯାତ୍ରୀଙ୍କ ସର୍ବାଧିକ ସଂଖ୍ୟା ୪ ଲକ୍ଷ ପାଖାପାଖି ରହିଥିଲା।

ଏବେ ମହାମାରୀ ପୂର୍ବସ୍ତରରୁ ମାତ୍ର ୫ରୁ ୬ ପ୍ରତିଶତ ପଛରେ ରହିଛି। କୋଭିଡ-୧୯ କାରଣରୁ ଏହି କ୍ଷେତ୍ର ସମ୍ମୁଖୀନ ହୋଇଥିବା ଜଟିଳତା ସମ୍ପର୍କରେ ଉଲ୍ଲେଖ କରି ସିନ୍ଧିଆ କହିଛନ୍ତି ଯେ କ୍ଷେତ୍ର ଆର୍ଥିକ ମାମଲାରେ ଗୁରୁତର ପ୍ରଭାବିତ ହୋଇଥିଲା। ଏଥିରେ ତୃତୀୟ ଲହର ବେଳକୁ ଦୈନିକ ବିମାନ ଯାତ୍ରୀଙ୍କ ସଂଖ୍ୟା ୧.୬୦ ଲକ୍ଷକୁ ଖସି ଆସିଥିଲା। ତେବେ ମାର୍ଚ୍ଚ ୧୩ ତାରିଖରେଦୈନିକ ବିମାନ ଯାତ୍ରୀଙ୍କ ସଂଖ୍ୟା ୩.୮୩ ଲକ୍ଷରେ ପହଞ୍ଚିସାରିଛି।

Jyotiaditya-Scindia-

ଶିବସେନା ସାଂସଦ ଅନୀଲ ଦେଶାୟୀଇ କୋଭିଡ କାରଣରୁ ବିମାନ କ୍ଷେତ୍ରର ନିଯୁକ୍ତିରେ ହୋଇଥିବା କ୍ଷତି ସ୍ୱାଭାବିକ କରିବା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏଥିରେ ବିମାନ କ୍ଷେତ୍ର ଏବେ କୋଭିଡ ପୂର୍ବସ୍ଥିତିକୁ ଫେରି ଆସିଥିବାରୁ ରୋଜଗାର ଅବସର ମାମଲାରେ ଆମେ ଏକ ଓଲଟା ପ୍ରଭାବ ଦେଖିବୁ ବୋଲି ସିନ୍ଧିଆ ଆଶାପ୍ରକଟ କରିଛନ୍ତି।

ଏଥିରେ ଏନସିପି ସାଂସଦ ପ୍ରଫୁଲ୍ଲ ପଟେଲ ବର୍ତ୍ତମାନ ବଜାରରେ ଅଶୋଧିତ ତୈଳର ଉଚ୍ଚ ମୂଲ୍ୟ ଯୋଗୁ ବିମାନ କ୍ଷେତ୍ର ଉପରେ ଏହାର ପ୍ରଭାବ ଜାଣିବାକୁ ଚାହିଁଥିଲେ। ଜବାବରେ ସିନ୍ଧିଆ ବିମାନ ବ୍ୟବସାୟ ଦେଶରେ ପୂର୍ବସ୍ଥିତିକୁ ଏବେ ଫେରିଆସିଥିବାରୁ ଏହି କ୍ଷେତ୍ର ଯେପରି ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ନହୁଏ ସେଥିପ୍ରତି ସରକାର ସଜାଗ ଅଛନ୍ତି। ଏମିତିରେ ଇନ୍ଧନ ଉପାଦାନ ସମୁଦାୟ ମୂଲ୍ୟର ପାଖାପାଖି ୩୫ ପ୍ରତିଶତ।

ତେବେ ଯେଉଁ ରାଜ୍ୟମାନେ ବିମାନ ଟର୍ବାଇନ ଇନ୍ଧନରେ ଅଧିକ ଶୁଳ୍କ ଅସୁଲ କରୁଛନ୍ତି ସେହିସବୁ ରାଜ୍ୟ ସରକାରଙ୍କ ସହ ସେ ବ୍ୟକ୍ତିଗତ ଆଲୋଚନା କରିବେ ବୋଲି ସିନ୍ଧିଆ ଗୃହକୁ କହିଛନ୍ତି।