ସୋସିଆଲ ମିଡିଆରେ ପୋଷ୍ଟ ପାଇଁ ହିନିମାନ ହେଲେ ସମ୍ବିତ, ଦିଆ ମିର୍ଜା କହିଲେ ଏମିତି କଥା…

1 min read

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ବଡ଼ ହିନିମାନ ହେବାକୁ ପଡ଼ିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ପାଇଁ ତାଙ୍କୁ ବଡ଼ ବଡ଼ ସେଲିବ୍ରେଟି ମାନେ ମଧ୍ୟ ନିନ୍ଦା କରିଛନ୍ତି । ସେମାନେ କହିଛନ୍ତି ସମ୍ପିତ ଏମିତି କରିବାର ନଥିଲା ।

ଟ୍ୱିଟ୍‌ର ହାଣ୍ଡେଲରେ ସମ୍ବିତ ପାତ୍ର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଗୋଟିଏ କୁନି ଛୁଆ ତା’ ଜେଜେର ମୃତଦେହ ଉପରେ ବସି କାନ୍ଦୁଛି । ଭାରତୀୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମ ବେଳେ ଏହି ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

Sambit Patra

ତେବେ ଏଭଳି ଏକ ସମ୍ବେଦନଶୀଳ ଫଟୋ ପୋଷ୍ଟ କରି ସମ୍ବିତ ଲେଖିଛନ୍ତି ‘ପୁଲିଜର୍‌ ଲଭର୍ସ’ । ସମ୍ବିତଙ୍କ ଏଭଳି ପୋଷ୍ଟରେ ଅନେକ ନେଗେଟିଭ୍‌ କମେଣ୍ଟ ଦେଖିବାକୁ ମିଳିଛି । ଏଭଳି ନଗେଟିଭ୍‌ କମେଣ୍ଟ ଭିତରେ ରହିଛି ଲୋକପ୍ରିୟ ଅଭିତନେତ୍ରୀ ଦିଆ ମିର୍ଜାଙ୍କ କମେଣ୍ଟ । ଦିୟା ମିର୍ଜା ସିଧା ସଳଖ ସମ୍ବିତଙ୍କ ଏହି ପୋଷ୍ଟକୁ ନାପସନ୍ଦ କରୁଥିବା କହିଥିବା ବେଳେ ସେ ସମ୍ବିତଙ୍କୁ କମେଣ୍ଟ ଜରିଆରେ କହିଛନ୍ତି, ‘ଆପଣଙ୍କ ମଧ୍ୟରେ କିଛି ସମ୍ବେଦନଶୀଳତା ଅଛି ନା ନାହିଁ ।’

Dia mirza

ସେହିଭଳି ଡାଇରେକ୍ଟର ହନ୍‌ସଲ ମେହେତା କହିଛନ୍ତି ଯେ, ସମ୍ବିତ ଜଣେ ରାଷ୍ଟ୍ରୀୟ ଦଳର ମୁଖପାତ୍ର ସତ ହେଲେ ବାସ୍ତବରେ ସେ ଜଣେ ଟ୍ରୋଲର । ଏହି ବ୍ୟକ୍ତି ଜଣକୁ ରିପୋର୍ଟ କରିଦେବା ଆବଶ୍ୟକ ।

Hansal Mehta

ତେବେ ଦିଆଙ୍କ କମେଣ୍ଟ ଦେଖିବା ପରେ ସମ୍ବିତ ପ୍ରତିଉତ୍ତର ଦେଇଛନ୍ତି ଯେ, ତାଙ୍କ ଭିତରେ ସମ୍ବେଦନଶିଳତା ରହିଛି । ଭାରତୀୟ ସେନା ପାଇଁ ତାଙ୍କର ଅନେକ ସମ୍ବେଦନା ରହିଛି, ଖାଲି ସେତିକି ନୁହେଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ମଧ୍ୟ ତାଙ୍କର ସମ୍ବେଦନ ରହିଛି । ଆଉ ତାଙ୍କର ସମ୍ବେଦନଶୀଳତା ଧର୍ମ କୈନ୍ଦ୍ରିକ ନୁହେଁ କି ଗୋଷ୍ଠୀକୈନ୍ଦ୍ରିକ ନୁହେଁ । ଏହା ସହ ସମ୍ବିତ ଦିୟାଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ‘ଆପଣଙ୍କ ଭଳି ମୋର ସମ୍ବେଦନା ଗୋଷ୍ଠି କୈନ୍ଦିକ ନୁହେଁ ।’ ସମ୍ବିତ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ଆପଣଙ୍କର ଜଣେ ପ୍ରଶଂସକ । ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଆପଣ ପ୍ଲାକାର୍ଡ ଧରି ଠିଆ ହୋଇଥିବା ମୁଁ ଦେଖିବାକୁ ଚାହେଁ ।

ଦିଆ ମଧ୍ୟ ସମ୍ବିତଙ୍କ କମେଣ୍ଟ୍‌ର ଯବାବ ରଖିଛନ୍ତି । ସେ କହିଛନ୍ତି ‘ସମ୍ବେଦନା କେବେ ବି କୈନ୍ଦ୍ରିକ ନୁହେଁ । ସମ୍ବେଦନ ଜଣଙ୍କ ପାଖରେ ଥାଏ କିମ୍ବା ନଥାଏ । କୌଣସି ବି ଶିଶୁକୁ ଏଭଳି ଦୁଃଖ ନଆସିବା ଦରକାର । ଆପଣ ନିଜର ପଲିଟିକ୍ସ କରିବା ବନ୍ଦ କରନ୍ତୁ । ମୁଁ ଆପଣଙ୍କୁ ସପୋର୍ଟ କରିବି ।’

Dia mirza

ସୂଚନାଯୋଗ୍ୟ ସମ୍ବିତ ପାତ୍ର ଯେଉଁ ଫଟୋ ପୋଷ୍ଟ କରିଥିଲେ ସେଥିରେ ସେ ପୁଲ୍‌ଟିଜର ଲଭର୍ସ ଲେଖିଥିଲେ । ୨୦୨୦ରେ ପୁଲ୍‌ଟିଜର ପୁରଷ୍କାର ପାଇଥିବା ଜଣେ କାଶ୍ମୀରି ସାମ୍ବାଦିକଙ୍କୁ କଟାକ୍ଷ କରିବାର ତାଙ୍କ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଉଛି । କାଶ୍ମୀରରୁ ଆର୍ଟିକିଲ୍‌ ୩୭୦ ଉଚ୍ଛେଦ କରାଯିବା ପରେ ସେଠାକାର ପରିସ୍ଥିତି କିଭଳି ଥିଲା ସେନେଇ ଫଟୋ ଉତ୍ତୋଳନ କରିଥିଲେ ଏବଂ ସେହି ଫଟୋ ପାଇଁ ତାଙ୍କୁ ପୁରଷ୍କାର ଦିଆଯାଇଥିଲା ।

ସବୁଠାରୁ ବଡ଼ କଥା ହେଲା ସମ୍ବିତଙ୍କ ଏହି ପୋଷ୍ଟକୁ ଟ୍ୱିଟର ପକ୍ଷରୁ ଏବେ ହଟାଇ ଦିଆଯାଇଛି । ହେଲେ ଏବେ ବି କମେଣ୍ଟ ଗୁଡ଼ିକରୁ ଫଟୋର ସମ୍ବେଦନଶିଳତା ବାରି ହୋଇପଡ଼ୁଛି ।

Leave a Reply