OSRTC ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ହୋଇଥିଲା ଦିଗପହଣ୍ଡି ଦୁର୍ଘଟଣା

1 min read

ଗଞ୍ଜାମ: ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବଡ଼ ଦୁର୍ଘଟଣା । ସୂଚନା ଦେଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ । ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ କରୁଥିଲେ ଚିକିଟି SDPO ଓ ଦିଗପହଣ୍ଡି ଥାନା ଅଧିକାରୀ । ଗତକାଲି ରାତିରେ ଡ୍ରାଇଭର ସହ ତଦନ୍ତକାରୀ ଟିମ୍ ମଧ୍ୟ ଆଲୋଚନା କରିଥିଲେ । ଆଜି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ । ଦୁର୍ଘଟଣାର ଆଜି ରିପୋର୍ଟ ଦେବେ ତଦନ୍ତକାରୀ ଟିମ୍ ।

ଦୁଇ ଜଣ ଇଞ୍ଜିନିୟର ଜଣେ ଅଭିଜ୍ଞ ଡାକ୍ତରଙ୍କ ସମେତ ଏନଫୋର୍ସମେଣ୍ଟ ଡିଏସପି ଏହି ଟିମରେ ସାମିଲ ଅଛନ୍ତି । ସେହିପରି MKCG ମେଡିକାଲରେ ଥିବା ଘରୋଇ ମିନି ବସର ଡ୍ରାଇଭରଙ୍କୁ ଭେଟିଛନ୍ତି ତଦନ୍ତକାରୀ ଟିମ । ଘରୋଇ ମିନି ବସର ପରମିଟ ନଥିବା ବେଳେ ଇନସ୍ୟୁରାନ୍ସ ଅବଧୀ ସରିଯାଇଥିଲା । ମିନି ବସ ମାଲିକକୁ ଚିହ୍ନଟ କରାଯାଇଥିବା ବେଳେ, ତାଙ୍କୁ ଖୋଜୁଛି ପୋଲିସ । ଗତକାଲି ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୯ ଜଣଙ୍କର ଚିକିତ୍ସା ଚାଲିଛି । ସେପଟେ ମୃତକଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।