ତାତିରେ ଭାଜି ହେଉଛି ଦିଲ୍ଲୀ

1 min read

ନୂଆଦିଲ୍ଲୀ: ତାତିରେ ଭାଜିହେଉଛି ଦିଲ୍ଲୀ । ପ୍ରଚଣ୍ଡ ଉତ୍ତାପରେ ଜଳୁଛି ଜାତୀୟ ରାଜଧାନୀ । ଗତ ୭୨ ବର୍ଷ ମଧ୍ୟରେ ଚଳିତ ଏପ୍ରିଲ ପାଲଟିଛି ସର୍ବାଧିକ ତାତିର ଦ୍ୱିତୀୟ ମାସ । ପ୍ରଚଣ୍ଡ ତାପମାତ୍ରା ଯୋଗୁଁ ଦିଲ୍ଲୀବାସୀ ହୋଇଛନ୍ତି ଛଟପଟ ।

ସାରା ଦେଶରେ ଅଗ୍ନିବର୍ଷା ଜାରି ରହିଥିବାବେଳେ ଦିଲ୍ଲୀ ବି ବାଦ୍ ପଡ଼ିନି । ଦିଲ୍ଲୀର ହାରାହାରି ତାପମାତ୍ରା ୪୦ ଦଶମିକ ୨ ଡିଗ୍ରୀ ସେଲସିୟସ ହୋଇଥିବାବେଳେ ୨୦୧୦ରେ ହାରାହାରି ତାପମାତ୍ରା ରହିଥିଲା ୪୦ ଦଶମିକ ୪ ଡିଗ୍ରି ସେଲସିୟସ । ଆଜି ଦିଲ୍ଲୀର କେତେକ ସ୍ଥାନରେ ତାପମାତ୍ରା ରହିଥିଲା ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ । ଗତ ୨୦୧୦ ଏପ୍ରିଲ ୧୮ ତାରିଖରେ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ହୋଇଥିଲା ୪୩ ଦଶମିକ ୭ ଡିଗ୍ରୀ ସେଲସିୟସ ।

ଦେଶ ଗୋଟିଏ ପଟେ ଜଳୁଥିବାବେଳେ ଅନ୍ୟପଟେ ndia Meteorological Department (IMD) ଶୁକ୍ରବାର ଅରେଞ୍ଜ୍‌ ଆଲର୍ଟ ଜାରି କରିଛନ୍ତି ।