ଚଳିତ ଶୀତର ସର୍ବନିମ୍ନ ତାପମାତ୍ରା ରେକର୍ଡ କଲା ଦିଲ୍ଲୀ, ଆହୁରି ୩ ଦିନ ମାଇନସ ୪ ଯାଏଁ ଖସିବ

1 min read

ନୂଆଦିଲ୍ଲୀ: ଉତ୍ତର ଭାରତରେ ଥଣ୍ଡା-କୁହୁଡ଼ିର ଡବଲ ଆଟାକ । ଆଜି ରାଜଧାନୀରେ ଚଳିତ ଶୀତ ଋତୁର ସର୍ବନିମ୍ନ ତାପମାତ୍ରା 1.4 ରେକର୍ଡ ହୋଇଛି । ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ ସମସ୍ତ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ତିନି ଦିନ ପାଇଁ ପୁରା ଉତ୍ତର ଭାରତକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ସକାଳୁ ଦିଲ୍ଲୀ, ପଞ୍ଜାବ, ହରିଆଣା, ୟୁପି, ରାଜସ୍ଥାନରେ ପ୍ରବଳ ଶୀତ ପ୍ରକୋପ ସହ ଘନ କୁହୁଡ଼ି ଦେଖାଯାଇଛି ।

ଆସନ୍ତା ତିନି ଦିନ ପାରା ମାଇନସ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସମ୍ଭାବନା ରହିଛି । ଘନ କୁହୁଡ଼ି ଯୋଗୁ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରେନ ଓ ବିମାନ ବିଳମ୍ବ ଯୋଗୁ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଷ୍ଟେସନ ଓ ବିମାନବନ୍ଦରରେ ଅପେକ୍ଷା କରିରହିଛନ୍ତି । ସେପଟେ ଜାମ୍ମୁ-କାଶ୍ମୀର, ହିମାଚଳ, ଗୁଜରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ପାହାଡ଼ି ରାଜ୍ୟରେ ପ୍ରବଳ ତୁଷାରପାତ ଯୋଗୁ ଶୀତ ପ୍ରକୋପ ବଢ଼ିଛି ।