ହାଇକୋର୍ଟରେ ଓମାର ଅବଦ୍ଦୁଲା ନିରାଶ, ପତ୍ନୀଙ୍କ ଠୁ ମିଳିବନି ଛାଡପତ୍ର

ନୂଆଦିଲ୍ଲୀ: ଓମାର ଅବଦ୍ଦୁଲାଙ୍କୁ ମିଳିବନି ପତ୍ନୀ ପାୟଲ ଅବଦ୍ଦୁଲାଙ୍କଠାରୁ ଛାଡ଼ପତ୍ର । ଦିଲ୍ଲୀ ହାଇକୋର୍ଟ ଓମାର ଅବଦ୍ଦୁଲାଙ୍କ ଆବେଦନକୁ ଖାରଜ କରିଛନ୍ତି । ଜଷ୍ଟିସ୍ ସଞ୍ଜୀବ ସଚ୍ଚଦେବା ଓ ବିକାଶ ମହାଜନଙ୍କ ଖଣ୍ଡପୀଠ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦ୍ଦୁଲାଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଛନ୍ତି । ପତ୍ନୀ ପାୟଲ ଅବଦ୍ଦୁଲାଙ୍କର ତାଙ୍କ ପ୍ରତି କ୍ରୁରତାକୁ କାରଣ ଦର୍ଶାଇ ଛାଡ଼ପତ୍ର ଆବେଦନ କରିଥିଲେ ଓମାର । ହେଲେ କୋର୍ଟ ଏଥିରେ ସ୍ପଷ୍ଟତା ପାଇନାହାନ୍ତି ।

କ୍ରୁରତା ଅଭିଯୋଗରେ କୌଣସି ଆଧାର ନାହିଁ । ମାନସିକ କିମ୍ବା ଶାରିରୀକ ଭାବେ ଓମାରଙ୍କୁ ତାଙ୍କ ପତ୍ନୀ କ୍ରୁରତା ଦେଖାଇଥିବା ନେଇ ପ୍ରମାଣ ପାଇନଥିବାରୁ ଓମାରଙ୍କ ଆବେଦନ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ୨୦୧୬ ଅଗଷ୍ଟ ୩୦ତାରିଖରେ ତଳକୋର୍ଟ ଓମାର ଅବଦ୍ଦୁଲାଙ୍କ ଛାଡ଼ପତ୍ର ଆବେଦନ ଖାରଜ କରିଥିଲେ । ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଓମାର ଅବଦ୍ଦୁଲା । ହେଲେ ତାଙ୍କୁ ପୁଣି ନିରାଶ ହେବାକୁ ପଡିଛି ।