ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାକ୍ ଟୁ ବ୍ୟାକ୍ ଝଟକା, ଜଣଙ୍କୁ ଆଘାତ ଜଣଙ୍କୁ କରୋନା

1 min read

ନୂଆଦିଲ୍ଲୀ : ଆଇପିଏଲର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲକୁ ଲାଗିଛି ବ୍ୟାକ୍ ଟୁ ବ୍ୟାକ୍ ଝଟକା । ଦଳ ଉପରେ ଯେମିତି କଳା ବାଦଲ ଘୋଡ଼େଇ ହୋଇ ଆସୁଛି। ପ୍ରଥମେ ଦଳର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଅୟର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିସାରିଛନ୍ତି। ଆଉ ଏବେ ଦଳର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଡିସି କ୍ୟାମ୍ପରୁ ସୂଚନା ମିଳିଛି।

ପଟେଲ୍ ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଆଇସୋଲେଶନରେ ଅଛନ୍ତି । କୋଭିଡ ପ୍ରଟୋକଲର ସମସ୍ତ ନିୟମ ମାନିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଚିକିତ୍ସା ବି ଚାଲିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୧୦ରେ ମୁମ୍ବାଇରେ ହେବାକୁ ଅଛି। ତେଣୁ ଆଗାମୀ ମ୍ୟାଚରୁ ସେ ବାଦ ପଡ଼ିଛନ୍ତି। ଟିମ୍‌ର ବର୍ତ୍ତମାନ ଦୁଇ ଦକ୍ଷ ଖେଳାଳୀ ବାଦ ପଡ଼ିବା ପରେ ଦଳ ପାଇଁ ଏବେ ମୁକାବିଲା କରିବା ବଡ଼ କଠିନ ହୋଇପାରେ।

ଅନ୍ୟପଟେ ଶ୍ରେୟସ ଆହତ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ତାଙ୍କ ସ୍ଥାନରେ  ଭାରତୀୟ କ୍ରିକେଟ ଟିମର ଯୁବ ୱିକେଟକିର-ବ୍ୟାଟ୍ସମ୍ୟାନଙ୍କୁ ମିଳିଛି ଅଧିନାୟକତ୍ୱର ଦାୟୀତ୍ୱ।

ସୂଚନାଯୋଗ୍ୟ, ଅକ୍ଷର ପଟେଲ ଆଇପିଏଲ୍‌ କ୍ୟାରିଅରରେ ୯୭ ମ୍ୟାଚ୍‌ ଖେଳି ୮୦ ଓ୍ଵିକେଟ ନେବା ସହ ୯୧୩ ରନ୍‌ କରିଛନ୍ତି। ଆସନ୍ତା ୯ ତାରିଖରୁ ଆଇପିଏଲ୍‌ ସିଜିନ୍‌ ୧୪ ଆରମ୍ଭ ହେବ।କୁ ଥିବାବେଳେ ଏପ୍ରିଲ ୧୦ରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍‌ ଖେଳିବ।

Leave a Reply