ରାୟପୁର ପ୍ରବାସୀ ବସ୍ ଦୁର୍ଘଟଣା: ରାଜ୍ୟକୁ ଫେରିଲା ଦୁଇ ଶ୍ରମିକଙ୍କ ମୃତଦେହ…..

ବ୍ରହ୍ମପୁର: ଗଞ୍ଜାମ ପହଞ୍ଚିଲା ରାୟପୁର ପ୍ରବାସୀ ବସ ଦୁର୍ଘଟଣାରେ ମୃତକଙ୍କ ମରଶରୀର । ୩ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତ ଶ୍ରମିକଙ୍କ ମୃତଦେହ ଗଂଜାମ ପହଞ୍ଚିଛି । ମୃତକ ମାନଙ୍କ ମଧ୍ୟରେ ଆସିକା ଘଟକୁରି ଗାଁର ବିଶ୍ୱନାଥ ଗୌଡ଼ ଓ ଖଣ୍ଡଦେଉଳି ନୂଆଁଗାଁର ଯୁଧିଷ୍ଠିର ନାୟକ ଥିବା ବେଳେ, ଉଭୟଙ୍କ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଆସିକା ବିଜୁପଟ୍ଟନାୟକ ଛକଠାରେ ମୃତଦେହ ପହଞ୍ଚିବା ପରେ ତହସିଲଦାର ଓ ବିଡିଓଙ୍କ ଉପସ୍ଥିତିରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏଥିସହ ମୃତଙ୍କ ପରିବାରକୁ ରେଡକ୍ରସରୁ ୧୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କର ସହାୟତା ପ୍ରଦାନ କରାଯାଇଛି । ସେପଟେ ଅନ୍ୟ ଶ୍ରମିକ ମାନେ ଦୁଇଟି ବସ ଯୋଗେ ଘରକୁ ପହଞ୍ଚିଛନ୍ତି । ବସରେ ଗଂଜାମ ଆସିକା, ଭଂଜନଗର, ବେଲଗୁଣ୍ଠା ଓ କୋଦଳା ଅଞ୍ଚଳର ଶ୍ରମିକ ଥିଲେ । ଗଂଜାମରୁ ସୁରତ ଯାଉଥିବା ପ୍ରବାସୀ ବସ ଗତକାଲି ରାୟପୁରର ଛେରିଖେଡ଼ି  ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ହେଇଥିଲା ।  ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ମନ୍ତ୍ରୀ ସୁଶାନ୍ତ ସିଂ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ନେତୃତ୍ବ ନେଇଥିଲେ । ସେପଟେ ମୃତକଙ୍କ ପରିବାର ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ରାଶି ଘୋଷଣା ସହ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply