କରୋନା ଭୟରେ ମୃତ୍ୟୁ ପରେ ମିଳିଲାନି ଆମ୍ଭୁଲାନ୍ସ, ସ୍ୱାମୀର ଶବକୁ ଇ-ରିକ୍ସାରେ ବୋହିଲେ ସ୍ତ୍ରୀ

1 min read

ୟୁପି: ବୟସର ଅପରାହ୍ନରେ ବି ସରିନି ସଂଘର୍ଷ। ଶେଷ ସମୟରେ ହାତ ଛାଡ଼ିନି ଜୀବନସାଥିର ପ୍ରତିଶ୍ରୁତି ଦେଇଥିବା ସ୍ତ୍ରୀ। କରୋନା ସମୟରେ କେମିତି ଗୋଟିଏ ସ୍ତ୍ରୀ ମୃତ ସ୍ୱାମୀ ପାଇଁ ସଂଘର୍ଷ କରିଛି ତାହା ଆଜି ଦେଖିବାକୁ ମିଳିଛି। ସ୍ୱାମୀର ଶବ ନେବା ପାଇଁ ଆମ୍ବୁଲାନ୍ସ ଆସିଲାନି ବୋଲି କଣ ଡାକ୍ତରଖାନାରେ ଶବକୁ ରହିଯିବାକୁ ଦେବ। ସେଥିପାଇଁ ସାମର୍ଥ୍ୟ ଯୁଟାଇ ବହୁ କଷ୍ଟରେ ଇ-ରିକ୍ସାରେ ସ୍ୱାମୀର ଶବକୁ ନବାପାଇଁ ବାଧ୍ୟ ହେଲେ ମହିଳା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୟୁପିର ଫିରୋଜାବାଦରେ।

ପ୍ରତିଦିନ କରୋନାର ଦାରୁଣ ଚିତ୍ର ସାମ୍ନାକୁ ଆସୁଛି। ଏମିତି କିଛି ଚିତ୍ର ଯାହାକୁ ଦେଖିଲେ ଆପଣବି କହିବେ ମଣିଷ ସହ ଏମିତି କାହିଁକି ହେଉଛି। କରୋନା କାଳରେ ବାହାବାହା ନେଉଥିବା ସ୍ୱାସ୍ଥ୍ୟ ସେବା କେତେ ତଳକୁ ଖସିଯାଇପାରେ ତାହା ଏଠାରେ ଦେଖିବାକୁ ମିଳିଛି। କରୋନା ଆକ୍ରାନ୍ତଙ୍କୁ ନେବାପାଇଁ ଆମ୍ବୁଲାନ୍ସ ଆସୁନଥିବା ଏହି ସମୟରେ ଆପଣ ମାନେ ଶୁଣିଥିବେ। କିନ୍ତୁ କରୋନା ହୋଇନଥିବା ମୃତ ବ୍ୟକ୍ତିଙ୍କୁ ଆମ୍ଭୁଲାନ୍ସ ନମିଳିବା କେତେ ଲଜ୍ଜାଜନକ ତାହା ଭାବିପାରୁଥିବେ।

ୟୁପିର ଫିରୋଜାବାଦ ପୋଲିସ ଷ୍ଟେସନ ମୋହାଲା ରାମନଗରର ଜଣେ ୬୩ ବର୍ଷୀୟ ବୃଦ୍ଧ ମହିଳା ତାଙ୍କ ସ୍ୱାମୀଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ଚିକିତ୍ସା ପାଇଁ ସରକାରୀ ଟ୍ରମା ସେଣ୍ଟର ଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାଙ୍କ ମାନସିକ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସେ କାହା ସହିତ ସଠିକ୍ ଭାବରେ କଥା ହୋଇପାରିନଥିଲେ। ସେତିକିରେ ସରିନଥିଲା ମହିଳାଙ୍କର ଦୁଃଖ। ସରକାରୀ ଟ୍ରମା ସେଣ୍ଟର ପ୍ରୋଟୋକଲ ଆଧାରରେ ଶବକୁ ଘରକୁ ପଠାଇବା ପାଇଁ ଆମ୍ବୁଲାନ୍ସ କିମ୍ବା ଶବ ବୁହା ଗାଡ଼ିର ବ୍ୟବସ୍ଥା କରିବା ଉଚିତ। କିନ୍ତୁ ଶବକୁ ନେବା ପାଇଁ ତାଙ୍କୁ ଆମ୍ବୁଲାନ୍ସ ସେବା ମିଳି ନଥିଲା। ଅନେକ ଗୁହହାରି ପରେ ମଧ୍ୟ କେହି ସାହାଯ୍ୟ କରିନଥିଲେ। ଯାହାପରେ ବୃଦ୍ଧ ମହିଳା ମୃତଦେହକୁ ଇ-ରିକ୍ସା ଦ୍ୱାରା ତାଙ୍କ ଘରକୁ ନେଇଥିଲେ।

ଏଇ ଗୋଟିଏ ଘଟଣା ନୁହେଁ। ୟୁପିର ସ୍ୱାସ୍ଥ୍ୟସେବାର ଏମିତି ଏନେକ ଅବହେଳିତ ଘଟଣା ସାମ୍ନାକୁ ଆସିଛି। କଣ କେଉଁ ଡାକ୍ତରଖାନା ନିଜ ମାଆର ମୃତ ଦେହ ନେବା ପାଇଁ ପୁଅକୁ ଟଙ୍କା ମାଗିପାରେ। ଟିକେ ସେହି ପୁଅର ସ୍ଥାନରେ ରହି ଭାବନ୍ତୁ ତ। ମା ମୃତ୍ୟୁର ଦୁଖ ସାଙ୍ଗକୁ ଅର୍ଥ ଦେବାର ଚିନ୍ତା। କେଉଁଭଳି ପରିସ୍ଥିତିର ସାମ୍ନ କରୁଥିବା ସେ ପୁଅ। ଏଭଳି ଏକ ମାମଲା ଆଲିଗଡର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଡାକ୍ତରଖାନାରୁ ଆସିଛି। ଅଭିଯୋଗ ହୋଇଛି ଯେ ମା’ଙ୍କ ମୃତଦେହକୁ ନେଇଯିବା ପାଇଁ ଡାକ୍ତରଖାନାରେ ୮ ହଜାର ଟଙ୍କାର ଦାବି କରାଯାଇଥିଲା। ଯେତେବେଳେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହୋଇଥିଲା ସେତେବେଳେ ମହିଳାଙ୍କ ମୃତଦେହକୁ ତୁରନ୍ତ ଦିଆଯାଇଥିଲା।

Leave a Reply