ଟିକାକରଣକୁ ନେଇ ସରକାରଙ୍କ ନିଷ୍ପତ୍ତି: ପିଲାଙ୍କୁ Corvevax ଏବଂ Covaxin ଦେବାକୁ ଅନୁମତି

1 min read

ନୂଆଦିଲ୍ଲୀ:  ଦେଶରେ କରୋନାର ବଢ଼ୁଥିବା ମାମଲାକୁ ନେଇ ଦୃଷ୍ଟିରେ ରଖି  କେତେକ ସହରରେ ପୁଣିଥରେ ପ୍ରତିବନ୍ଧକ ଲଗାଯାଇଛି । ଏବେ ସରକାର ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ।  ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ,  ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଦେବାପାଇଁ ସରକାର ସବୁଜ ସଙ୍କେତ ଦେଇ ସାରିଛନ୍ତି । ସୂଚନାଯୋଗ୍ୟ, ୫ରୁ ୧୨ ବର୍ଷ ପିଲାଙ୍କୁ  କୋର୍ବେଭାକ୍ସ ଏବଂ ୬ରୁ ୧୨ ବର୍ଷ ପିଲାଙ୍କୁ  କୋଭାକ୍ସିନ୍‌ ଟିକା ଦିଆଯିବ । ଏଥିପାଇଁ ଜରୁରୀକାଳୀନ ଅନୁମତି ପ୍ରଦାନ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନମୁଖ ମାଣ୍ଡବୀୟ ଏହି ସୂଚନା ଟ୍ୱିଟରରେ ଦେଇଛନ୍ତି । ଟ୍ୱିଟ୍‌ କରି ସେ ଲେଖିଛନ୍ତିଯେ, କରୋନା ଯୁଦ୍ଧକୁ ସୁଦୃଢ଼ କରି ଏହିଭଳି ନିଷ୍ପତ୍ତି ନିଆଯାଇଛି ।  ଏହି ବର୍ଗର ବୟସ ପାଇଁ ଦୁଇଟି ଟିକା ଚୟନ କରାଯାଇଛି ।  ଏହା ସହିତ ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ Zycov-Dର ଦ୍ୱିତୀୟ ଡୋଜ୍‌ ଟିକାକୁ ଅନୁମତି ମିଳିଛି ।

 

ଅବଶ୍ୟ ଏହି ଟିକାକରଣ କେବେ ଆରମ୍ଭ ହେବ ତାହାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ ।  କିନ୍ତୁ କୁହାଯାଉଛିଯେ, ଖୁବଶୀଘ୍ର ଏହି ବାବଦରେ ସୂଚନା ଆସିବ । ତେବେ ଖୁବଶୀଘ୍ର ପିଲାଙ୍କ ଟିକାକରଣକୁ ନେଇ ସୂଚନା ଦିଆଯିବ ବୋଲି କୁହାଯାଇଥିଲା । ଏବେ ଡିସିଜିଆଇ ଏହି ବୟସର ପିଲାଙ୍କୁ ଟିକା ଦେବାକୁ ଅନୁମତି ଦେଇ ସାରିଛି ।

ଅନ୍ୟପଟେ ଦେଶର କେତେକ ପ୍ରାନ୍ତରେ କରୋନା ବଢ଼ିବାରେ ଲାଗିଛି । ବିଶେଷକରି ଦିଲ୍ଲୀ, ହରିୟାଣା, ୟୁପିକୁ ନେଇ ସତର୍କ କରାଇଛନ୍ତି ସରକାର ।