ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ
1 min readପିପିଲି: ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ । ସେପ୍ଟେମ୍ଟର ୩୦ରେ ଅନୁଷ୍ଠିତ ହେବ ପିପିଲି ଉପ-ନିର୍ବାଚନ । ଏଥିସହିତ ପଶ୍ଚିମବଙ୍ଗ ଭବାନୀପୁର ନିର୍ବାଚନ ମଣ୍ଡଳୀ, ସମଶେର ଜଙ୍ଗ ଏବଂ ଯାଜ୍ଞିପୁର ବିଧାନସଭା ଆସନ ପାଇଁ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ୩ ଅକ୍ଟୋବରରେ ଭୋଟ ଗଣତି ହେବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନିର୍ବାଚନ ନେଇ ଗାଇଡଲାଇନ ଜାରି କରାଯାଇଛି । କୋଭିଡ କଟକଣାରେ ହେବ ପିପିଲି ଉପ ନିର୍ବାଚନ ପ୍ରଚାର । ପ୍ରଚାର ବେଳେ ପ୍ରାର୍ଥୀ କରିପାରିବେନି ରୋଡ-ଶୋ’ । ସର୍ବାଧିକ ୫୦ ଜଣଙ୍କୁ ନେଇ ପଥପ୍ରାନ୍ତ ସଭା ହୋଇପାରିବ । ଇନ୍ଡୋର ସଭାରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି । ଘରକୁ ଘର ପ୍ରଚାରରେ ସାମିଲ ହେବେ ସର୍ବାଧିକ ୫ଜଣ । ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପାଇଁ ଡବଲ ଡୋଜ୍ ବାଧ୍ୟତାମୂଳକ । ମତଦାନର ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ନିର୍ବାଚନ ପ୍ରଚାର ।
ସୂଚନା ଯୋଗ୍ୟ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏବଂ ଏନେଇ ରାଜ୍ୟର ପ୍ରମୁଖ ଦଳ ସମେତ ଅନ୍ୟମାନେ ନିର୍ବାଚନ ନେଇ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ କଂଗ୍ରେସ ପ୍ରାର୍ଥୀ ପ୍ରଚାର ସମୟରେ କରୋନା ସଂକ୍ରମିତ ହୋଇଥିଲେ । ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିଲା । ଏଣୁ ସେହି ସମୟରେ ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ପୁଣି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ।
ଏଥିସହିତ ପଢ଼ନ୍ତୁ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ୧୭ରେ ହେବନି ମତଦାନ
Election Commission of India has decided to hold a by-election in Bhabanipur Assembly Constituency (West Bengal) on 30th September. Polls will also be held in Samserganj and Jangipur of West Bengal and Pipli (Odisha) on the date. Counting on 3rd October. pic.twitter.com/NkD0rsc17I
— ANI (@ANI) September 4, 2021