ସୁସ୍ଥ ରହିବାକୁ ଖାଉଛନ୍ତି ସତେଜ୍‌ ଫଳ, ହେଲେ ସେଥିରେ ଅଛି ଅଦୃଶ୍ୟ ଜହର ! ଯାହା କ୍ୟାନ୍ସରର କାରଣ..

Banana Ripe

ଢେଙ୍କାନାଳ: ଢେଙ୍କାନାଳ ସହରରେ ଅଦୃଶ୍ୟ ଜହର । କଞ୍ଚା କଦଳୀରେ ମିଶୁଛି ବିଷ ସଦୃଶ କେମିକାଲ । ଟଙ୍କା ଦେଇ ବିଷ କିଣୁଛନ୍ତି ଗ୍ରାହକ । ମିକ୍ସଚର ପରେ ଏବେ କଦଳୀରେ ବୁଲୁଛି ଜହର । ମୁନାଫାଖୋର ବ୍ୟବସାୟୀ କଦଳୀକୁ ଶୀଘ୍ର ପଚାଇବା ପାଇଁ ମିଶାଉଛନ୍ତି ବିଷାକ୍ତ କେମିକାଲ । ଏଥିରୁ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ । ସବୁ ଜାଣି ବି ଚୁପ୍‌ ବସିଛି ଜନସ୍ୱାସ୍ଥ୍ୟ ବିଭାଗ ।

କଦଳୀକୁ ଶିଘ୍ର ପଚାଇବା ପାଇଁ ଓ କିଛି ଟଙ୍କା ରୋଜଗା ପାଇଁ ଅସାଧୁ ବ୍ୟବସାୟୀମାନେ, ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଛନ୍ତି । ସାଧାରଣ ସୁସ୍ଥ ସବଳ ଲୋକକୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ସବୁଜ କଞ୍ଚା କଦଳୀକୁ ତୁରନ୍ତ ବିକ୍ରି ଉପଯୋଗୀ କରିବା ପାଇଁ ମିଶାଯାଉଛି ମେକିକାଲ । ଯାହାକୁ ଖାଇଲେ ମଣିଷ ବିଭିନ୍ନ ପ୍ରକାର ରୋଗରେ ପଡ଼ିବାର ସମ୍ଭାବନା ରହିଛି ।

ଏହି କେମିକାଲ ହେଉଛି କ୍ୟାଲସିୟମ କାର୍ବୋନେଟ୍ ଓ ଏଥିଲିନ । ଏହାକୁ ପ୍ରୟୋଗ କରି କଞ୍ଚା କଦଳୀକୁ ମାତ୍ର ୪ରୁ ୬ ଘଣ୍ଟା ମଧ୍ୟରେ ପଚାଉଛନ୍ତି ଅସାଧୁ ବ୍ୟବସାୟୀ । ଯାହାକୁ ସାଧାରଣ ଲୋକ ଖାଦ୍ୟ ଆକାରରେ ଗ୍ରହଣ କରି ମାରାତ୍ମକ କ୍ୟାନସରକୁ ନିମନ୍ତ୍ରଣ କରୁଛନ୍ତି ।

ଢେଙ୍କାନାଳ ସହରକୁ ପ୍ରତ୍ୟେକ ଦିନ ୨୦୦ରୁ ଅଧିକ ଟ୍ରକ କଞ୍ଚା କଦଳୀ ବିକ୍ରି ହେବାକୁ ଆସୁଛି । ପ୍ରଥମେ ଏହାକୁ ଗୋଦାମ ଘରେ ଷ୍ଟକ ରଖିଯାଉଥିବା ବେଳେ ପରବର୍ତ୍ତୀ ସମୟରେ କେମିକାଲ ମିଶାଇ ବିକ୍ରି କରାଯାଉଛି । ଏହି ଖବର ପ୍ରଚାରିତ ହେବା ପରେ ଏବେ ସାଧାରଣରେ ଆଶଙ୍କା ଦେଖାଯାଇଛି । କଦଳୀ କିଣିବାକୁ ଲୋକଙ୍କ ଅନରେ ସନ୍ଦେହ ଉପୁଜିଛି । ସାଧାରଣ ଲୋକ ଏନେଇ ଆପତ୍ତି ଉଠାଇଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ସବୁ ଜାଣି ମଧ୍ୟ ଚୁପ୍ ରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply