କଟକରେ ବ୍ୟାଡମିଣ୍ଟନ ଫିଭର, ଜଲୱା ଦେଖାଉଛନ୍ତି ବିଶ୍ବର ସିଡେଡ ସଟଲର

କଟକ: ସିଲଭର ସିଟିରେ ସଟଲ ଜଲୱା । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଓଡିଶା ମାଷ୍ଟର୍ସ ବି.ଡବ୍ଲୁ.ଏଫ ସୁପର ହଣ୍ଡ୍ରେଡ  ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଛଅ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ବର ୨୭ଟି ଦେଶର ୩୨୭ରୁ ଅଧିକ ପୁରୁଷ ଓ ମହିଳା ଖେଳାଳି ଭାଗ ନେଇଛନ୍ତି । ଟୁର୍ଣ୍ଣାମେଣ୍ଟ ପାଇଁ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମକୁ ଖୁବ ସୁନ୍ଦର ଭାବେ ସଜ୍ଜା ଯାଇଛି । ଚାରୋଟି ମୁଖ୍ୟ କୋର୍ଟରେ ମ୍ୟାଚ ଖେଳାଯାଉଥିବା ବେଳେ ଗୋଟିଏ ପ୍ରାକ୍ଟିସ କୋର୍ଟ ରଖାଯାଇଛି।

କଟକରେ ବ୍ୟାଡମିଣ୍ଟନ ଫିଭର । ଜଲୱା ଦେଖାଉଛନ୍ତି ବିଶ୍ବର ସିଡେଡ ସଟଲର । ୨୭ ଦେଶର ୩୨୭ରୁ ଅଧିକ ଖେଳାଳିଙ୍କ ବେଷ୍ଟ ପରଫର୍ମାନସ । କୋଳାହଳମୟ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ । ଆରମ୍ଭ ହୋଇଛି ଓଡିଶା ମାଷ୍ଟର୍ସ ବି.ଡବ୍ଲୁ.ଏଫ ସୁପର ଟୁର୍ଣ୍ଣାମେଣ୍ଟ । ପ୍ରତିଭା ଦେଖାଉଛନ୍ତି ଖେଳାଳି । ଲଗାତର ଦ୍ବିତୀୟଥର ପାଇଁ ଏଠାରେ ଆୟୋଜିତ ହୋଇଛି  ବ୍ୟାଡମିଣ୍ଟନ ମହାକୁମ୍ଭ । ଏଥିରେ ସାରା ବିଶ୍ବର ୨୭ଟି ଦେଶର ୩୨୭ ସିଡେଡ୍ ଖେଳାଳି ଭାଗ ନେଇଛନ୍ତି। ଡେନମାର୍କ, ଇଟାଲୀ, ଇଂଲଣ୍ଡ, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ, ବାଙ୍ଗଲାଦେଶ, ନେପାଳ ଭଳି ଦେଶର ଶ୍ରେଷ୍ଠ ଖେଳାଳି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି ।

ଗତବର୍ଷ ମଧ୍ୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ମାଷ୍ଟର୍ସ ବି.ଡବ୍ଲୁ.ଏଫ ସୁପର ହଣ୍ଡ୍ରେଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜିତ ହୋଇଥିଲା । ଗତଥର ଭଳି ଚଳିତ ଥର ମଧ୍ୟ ଖୁବ ଅଧିକ ସଂଖ୍ୟାରେ ଖେଳାଳି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ପ୍ରିୟାଂଶୁ ରାଜପଥ, ସାଇ ପ୍ରଣିତ ଭଳି ବଛା ବଛା ଖେଳାଳି ଅଛନ୍ତି । ଓଡିଶାରୁ ଦୁଇ ଭଉଣୀ ତଥା ଜଣାଶୁଣା ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ଓ ଶ୍ବେତପର୍ଣ୍ଣା ଏଥିରେ ଭାଗ ନେଇଛନ୍ତି ।