ଭାରତରେ କରୋନାରେ ମୃତ୍ୟୁବରଣ କରୁଥିବା 86 ପ୍ରତିଶତ ଲୋକଙ୍କ ଦେହରେ ଦେଖା ଦେଉଛି ଏହି ସମସ୍ୟା

1 min read

ନୂଆଦିଲ୍ଲୀ : ଭାରତରେ କରୋନା ଭୁତାଣୁ ରୋଗ କ୍ରମାଗତ ଭାବେ ବଢିବାରେ ଲାଗିଛି । ଦେଶରେ ଏବେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 4000 ରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ 111ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭୁତାଣୁ ରୋଗୀଙ୍କ ସହ ଜଡିତ କିଛି ତଥ୍ୟ ପ୍ରଦାନ କରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କରୋନା ଭୁତାଣୁରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ମଧ୍ୟରୁ 63 ପ୍ରତିଶତ, 60 ବର୍ଷରୁ ଅଧିକ ବୟସର । ଏବଂ ଏମାନଙ୍କ ମଧ୍ୟରୁ ପୂର୍ବରୁ 86 ପ୍ରତିଶତ ଲୋକ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତ୍ ଭଳି ସମସ୍ୟାରେ ଆକ୍ରାନ୍ତ ଥିଲେ।

କୋଭିଡ -19 ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମଧ୍ୟ ଦର୍ଶାଏ ଯେ ଏହି ମହାମାରୀରେ ମୃତ୍ୟୁବରଣ କରିଥିବା 30 ପ୍ରତିଶତ ଲୋକ 40-60 ବର୍ଷ ବୟସରେ ଥିଲେ ଏବଂ କେବଳ 7 ପ୍ରତିଶତ ଲୋକ 40 ବର୍ଷରୁ କମ୍ ଥିଲେ। ଏହା ବୟସ ଏବଂ ମୃତ୍ୟୁର ସମ୍ପର୍କକୁ ଦର୍ଶାଇଥାଏ ।

ଭାରତରେ କରୋନା ଭୁତାଣୁଙ୍କ ମୃତ୍ୟୁ ସଂଖ୍ୟା ଅନ୍ୟଦେଶର ଆକଳନ ସହିତ ସମାନ ଯେଉଁଠାରେ 60-80 ବର୍ଷ ବୟସର ଲୋକଙ୍କ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି। ଏଥି ସହିତ, ଭାରତରେ କରୋନା ଦ୍ୱାରା ସଂକ୍ରମିତ ଲୋକଙ୍କ ମଧ୍ୟରୁ 76 ପ୍ରତିଶତ ପୁରୁଷ ଏବଂ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ 73 ପ୍ରତିଶତ ପୁରୁଷ ଅଟନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର 86 ପ୍ରତିଶତ ଲୋକ ମଧୁମେହ, ଉଚ୍ଚ ରକ୍ତଚାପ, କିଡନୀ ଏବଂ ହୃଦୟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ। ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ, କରୋନା ଜୀବାଣୁ ବୃଦ୍ଧମାନଙ୍କୁ ସହଜରେ ଶିକାର କରୁଛି।

ତେବେ 60 ବର୍ଷରୁ କମ୍ ମୃତ୍ୟୁ ସଂଖ୍ୟା 37 ପ୍ରତିଶତ ଅଟେ। ଏଥି ସହିତ, ମୃତକମାନଙ୍କ ମଧ୍ୟରୁ 86 ପ୍ରତିଶତ ଯେଉଁମାନେ ପୂର୍ବରୁ କିଛି ରୋଗରେ ପୀଡିତ ଥିଲେ । ତେଣୁ, ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି, ସେମାନେ ମଧ୍ୟ କରୋନା ଭୁତାଣୁ ଶିକାର ହୋଇପାରନ୍ତି ।

ବୃଦ୍ଧମାନଙ୍କୁ କରୋନା ସଂକ୍ରମିତ କରିବାର କାରଣ ହେଉଛି, ସମୟ ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ

ହୋଇଯାଏ, ଫଳରେ ସେମାନଙ୍କୁ କରୋନା ଭୁତାଣୁ ଖୁବ ଶୀଘ୍ର ସଂକ୍ରମିତ କରିଥାଏ । କୋଭିଡ -19 ପରି ଭୁତାଣୁ ସହିତ ଲଢିବା ପାଇଁ ଶରୀରରେ ଅଧିକ ମାତ୍ରାରେ ଆଣ୍ଟିବାଓଟିକ୍ ରହିବା ନିହାତି ଆବଶ୍ୟକ ।

ଡବ୍ଲୁବିସି ତଥା ଆଣ୍ଟିବାଓଟିକ ଉତ୍ପାଦନ ପାଇଁ ବୃଦ୍ଧ ଶରୀରର କ୍ଷମତା କମିଯାଏ ଏବଂ ଅନେକ ରୋଗ ସହ ଲଢିବାର କ୍ଷମତା ମଧ୍ୟ ଦୁର୍ବଳ ହୋଇଯାଏ ।ସାଇଟୋକିନ୍ ସିଣ୍ଡ୍ରୋମ ମଧ୍ୟ ବୃଦ୍ଧମାନଙ୍କ ପାଇଁ ବିପଦଜନକ ଅଟେ। ଯେତେବେଳେ ଏକ ନୂତନ ଭୁତାଣୁ ଶରୀରରେ ପ୍ରବେଶ କରନ୍ତି, ସାଇଟୋକିନ୍ ବହୁ ପରିମାଣର ପ୍ରତିରକ୍ଷା କୋଷ ସୃଷ୍ଟି କରିଥାଏ । ଏହି କୋଷଗୁଡ଼ିକ ଭୁବାଣୁ ସହିତ ଲଢିବା ପାଇଁ କାର୍ଯ୍ୟ କରନ୍ତି । ଏହି ପ୍ରକ୍ରିୟାରେ ବୃଦ୍ଧମାନଙ୍କଠାରେ ଉଚ୍ଚ ଜ୍ୱର ହୋଇପାରେ ।

କର୍କଟ, ମଧୁମେହ, ହୃଦ ରୋଗ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ମଧ୍ୟ ବୃଦ୍ଧମାନଙ୍କଠାରେ ଦେଖାଯାଏ, ଯେଉଁ କାରଣରୁ ଏହି ସମସ୍ୟା ଆହୁରି ବଢିବାରେ ଲାଗିଥାଏ । କୋଭିଡ -19ରେ ମୃତ୍ୟୁ ବିଷୟରେ ଭାରତର ତଥ୍ୟ ଚୀନ୍ ଏବଂ ଇଟାଲୀ ସହିତ ମେଳ ଖାଉଛି, ଯାହା ଏହି ଭାଇରାଲ ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଛି।

Leave a Reply