କରୋନା ଯୁଦ୍ଧରେ ମିଳିବ ସଫଳତା…ବର୍ଷ ଶେଷ ସୁଦ୍ଧା ଭାରତରେ ଆସିପାରେ ଭ୍ୟାକ୍ସିନ୍ !

1 min read

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ଦ୍ୱାରା କରୋନା ଟିକା ସର୍ବ ପ୍ରଥମେ ପ୍ରସ୍ତୁତ ହେବା ଖବର ସାମ୍ନାକୁ ଆସିଥିଲା । ହେଲେ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଭାରତ ହାଇଦ୍ରାବାଦର ଏକ  ବାୟୋଟେକ୍ କଂପାନି କରୋନାକୁ ମାରିବା ପାଇଁ ଟିକା ପ୍ରସ୍ତୁତ କରିଛି ବୋଲି ଜଣାଯାଇଛି। ଆମେରିକାରେ ଏହାର ଏନିମଲ ଟ୍ରାୟଲ ମାନେ ପଶୁଙ୍କ ଉପରେ ପରିକ୍ଷଣ ଆରମ୍ଭ ହୋଇଛି। ତିନି ରୁ ଛଅ ମାସ ପର୍ଯ୍ୟନ୍ତ ଚାଲିଥିବା ଏହି ପରୀକ୍ଷଣର ଫଳାଫଳ ଯଦି ପଜିଟିଭ୍ ଆସେ, ତେବେ ଭାରତରେ ହ୍ୟୁମାନ ଟ୍ରାୟଲ ହେବ । ଚଳିତ ବର୍ଷ ତଥା ୨୦୨୦ ମସିହା ଶେଷ ସୁଦ୍ଧା ଏହି ଭ୍ୟାକ୍ସିନ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରେ ।

ଏହି ଟିକା ନାଜଲ ଡ୍ରପ୍ ଭାବେ ଉପଲବ୍ଧ ହେବ, ଅର୍ଥାତ୍ ଗୋଟିଏ ବୁନ୍ଦା ଟିକା ନାକରେ ଦେବାକୁ ପଡିବ । କୋରୋଫ୍ଲୁ ନାମକ ଏହି ଭ୍ୟାକ୍ସିନ କରୋନା ସହିତ  ଫ୍ଲୁର ମଧ୍ୟ ଚିକିତ୍ସା କରିବ। ଭାରତ ବାୟୋଟେକର ସିଏମଡି ତଥା ବୈଜ୍ଞାନିକ କୃଷ୍ଣା ଏଲା କହିଛନ୍ତି ଯେ, କୋଭିଡ-୧୯ର ଭୂତାଣୁ ନାକ ଦେଇ ଶରୀରକୁ ପ୍ରବେଶ କରି ସଂକ୍ରମିତ କରନ୍ତି । ତେଣୁ ଏହି ଭ୍ୟାକ୍ସିନ ନାକ ମାଧ୍ୟମରେ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ମଲ୍ଟି ଡୋଜ୍ ଭ୍ୟାକ୍ସିନ୍ ଭାବରେ ଏହାକୁ ବିକଶିତ କରାଯିବ ବୋଲି କମ୍ପାନୀ ନିଷ୍ପତ୍ତି ନିଆଯାଇଛି। ଦେଶରେ ଏନିମଲ ଟ୍ରାୟଲ ତଥା ପଶୁ ପରୀକ୍ଷା ଏବଂ ଜିନ୍ ସିନ୍ଥେସିସ୍ ସୁବିଧା ଅଭାବରୁ ଏହି ଟିକାକୁ ଆମେରିକାରେ ପଶୁ ପରୀକ୍ଷା କରିବାକୁ ପଡିବ। ୟୋସିହୋରୋ ଏମଟୁଏସଆର ନାମକ ଏକ ଭ୍ୟାକ୍ସିନ ପ୍ରସ୍ତୁତ କରଛି ।  ଯାହା ଶରୀରରେ ଫ୍ଲୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ।

ସାର୍ଶ କୋଭ-୨ ହିଁ ସେହି ଭାଇରସ ଯାହା କରୋନାଭାଇରସ ରୋଗର ମୁଖ୍ୟ କାରଣ । ସେହିଭଳି ଏହି ନୂତନ ଟିକା କରୋନା ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବ । ନୂତନ ଟିକା ପାଇଁ ପଶୁ ପରୀକ୍ଷା ପାଇଁ ଯେଉଁ ମୂଷା ଦରକାର ତାହା ଦେଶରେ ଉପଲବ୍ଧ ନାହିଁ । ସେମାନଙ୍କୁ ଆମେରିକାରୁ ଆୟତ୍ତ କରିବାକୁ ଦୁଇ ବର୍ଷ ଲାଗିଥାନ୍ତା, ତେଣୁ ଟିକା ପରୀକ୍ଷା ପାଇଁ ଏହା ଆମେରିକାକୁ ପଠାଗଲା । ଡାକ୍ତର ଏଲା କହିଛନ୍ତି ଯେ, ଟିକା ତିଆରି କରିବା ଅତ୍ୟନ୍ତ ଜଟିଳ ଓ କଷ୍ଟକର।

ଏଲାଙ୍କ କହିବା ଅନୁସାରେ, ସରକାର ସହଜ କ୍ଲିନିକାଲ ପରୀକ୍ଷାକୁ ଅନୁମତି ଦେଇ ପଶୁ ପରୀକ୍ଷା ପାଇଁ ଅନୁମତି ଦେବା ଉଚିତ୍। ଜିନ୍ ସିନ୍ଥେସିସ୍ ସୁବିଧା ବିକାଶ କରାଯିବା ଉଚିତ୍  । ଆମେରିକାରେ, ସବୁ ପ୍ରକାରର ଟିକା ଶୀଘ୍ର ଆସେ କାରଣ ସେଠାରେ ପଶୁ ପରୀକ୍ଷା ଏବଂ ମାନବ ପରୀକ୍ଷା ଅଛି । ଚୀନ୍‌ର ପରୀକ୍ଷଣ ଆହୁରି ବିପଦଜ୍ଜନକ, କାରଣ ସେଠାରେ ସିଧାସଳଖ ମାନବ ପରୀକ୍ଷା କରାଯାଏ। ଅବଶ୍ୟ ଚାଇନାରେ ଏହି ଉପାୟ ଭାରତରେ କାର୍ଯ୍ୟକାରୀ ହେବା ଆବଶ୍ୟକ ନାହିଁ। କିନ୍ତୁ ଆମେରିକା ଭଳି କିଛି ସୁବିଧା ରହିବା ଜରୁରୀ ।

ଦେଶର ଗବେଷଣା ଏବଂ ଉଦ୍ଭାବନ ଉପରେ ଗୁରୁତ୍ୱ ଦେବା ଉଚିତ୍ । କାରଣ ଏହି ମାଧ୍ୟମରେ ଟଙ୍କା ରୋଜଗାର କରିହେବ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଭ୍ୟାକ୍ସିନ ସମ୍ପର୍କରେ ସେମାନେ ସୂଚନା ପାଇଛନ୍ତି। କରୋନାକୁ ନେଇ ସରକାର ମଧ୍ୟ ଅତ୍ୟନ୍ତ ଚିନ୍ତିତ । କରୋନା ଟିକା ଯଥାଶୀଘ୍ର ବ୍ୟବହାର ପାଇଁ ଉପଲବ୍ଧ ହେବା ଆବଶ୍ୟକ । ଏଥିପାଇଁ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ସାର୍କ ଦେଶ ଏବଂ ଆଫ୍ରିକୀୟ ଦେଶଗୁଡିକର ସହାୟତା ଘୋଷଣା କରିଛନ୍ତି।

 

 

 

Leave a Reply