ରାଜମହଲ ଓ ଏଜି ଛକ ନିକଟରେ ପରିବା, ବସ୍ ଷ୍ଟପରେ ବିକ୍ରି ହେବ ଗ୍ରୋସରୀ

ଭୁବନେଶ୍ୱର: ଲକଡାଉନ, ସମାଜିକ ଦୂରତା ଓ ଖାଦ୍ୟ ସାମଗ୍ରୀ । ସମନ୍ୱୟ ରକ୍ଷା ସହ ସଂକ୍ରମଣ ରୋକିବାକୁ ପନିପରିବା ସଂଘ ସହ ଆଲୋଚନା କରିଛି ପୋଲିସ ପ୍ରଶାସନ । ଆସନ୍ତାକାଲି ଠାରୁ ରାଜଧାନୀର କେଉଁ ସବୁ ସ୍ଥାନରେ ପନିପରିବା ଓ ଗ୍ରୋସରୀ ବିକ୍ରି କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଛି ।

ବମିଖାଲ ଓ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ମିଳିଲା ବାହାର ରାଜ୍ୟର ଲିଙ୍କ୍‌: ସାମାଜିକ ସଂକ୍ରମଣ ହୋଇନଥିବା ଆଶା

ସୋମବାର ଠାରୁ ରାଜଧାନୀରେ ପୁଣି ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ । କିନ୍ତୁ, ଏଥିରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ । ଏକ ନମ୍ବର ହାଟର ୨ ବ୍ୟବସାୟୀ ୨ ଭାଗ ହୋଇ ପରିବା ବିକ୍ରି କରିବେ । ରାଜମହଲ ଓ ଏଜି ଛକ ନିକଟରେ ପନିପରିବା ବିକ୍ରି କରାଯିବ । ଫଳରେ ସାମାଜିକ ଦୂରତ୍ୱକୁ ପାଳନ କରାଯାଇ ପାରିବ ବୋଲି ପ୍ରଶାସନ ଆଶା ରଖିଛି ।

ସେହିପରି ରାଜଧାନୀର ବିଭିନ୍ନ ଛକରେ ଥିବା ବସ୍ ଷ୍ଟପରେ ଗ୍ରୋସେରୀ ସାମଗ୍ରୀ ବିକ୍ରି କରାଯିବା ନେଇ ନିଷ୍ପତ୍ତି ହୋଇଛି । ୪ ନମ୍ବର ହାଟର ଦୋକାନୀ ରାସ୍ତା ଉପରେ ପରିବା ବିକ୍ରି କରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply