ଦିଲ୍ଲୀ ତବଲିଗି ଜମାତ୍ ପାଇଁ ଦେଶରେ ବଢ଼ୁଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ନିୟମକୁ ଅବମାନନା କରି ନିଜାମୁଦ୍ଦିନ ତବଲିଗିରେ ଜମାତ ମରକଜ ପାଳନ ଏବେ ଦେଶ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୩୮୬ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏଥିପାଇଁ ତବଲିଗି ଜମାତକୁ ଦାୟୀ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ତବଲିଗି ଜମାତରେ ଯୋଗ ଦେଇଥିବା ଲୋକ ବାହାରେ ବୁଲିବାରୁ ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି ।

ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

ବିଶେଷକରି ତବଲିଗି ଜମାତ୍ ପାଇଁ ତାମିଲନାଡ଼ୁ, ଦିଲ୍ଲୀ, ଜମ୍ମୁ କଶ୍ମୀର, ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମଙ୍ଗଳବାର ତେଲଙ୍ଗାନାରୋ ୬ ଜଣଙ୍କ ମୃତ୍ୟୁ ଓ ଆଣ୍ଡାମାନରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ତାମିଲନାଡ଼ୁରେ ଚିହ୍ନଟ ୧୦୦ ଜଣ ଆକ୍ରାନ୍ତ ତବଲିଗି ଜମାତରେ ଯୋଗ ଦେଇଥିବା ଜଣାପଡ଼ିଛି । ଦେଶର ଅନ୍ୟ ରାଜ୍ୟରେ ପୋଲିସ ଧର୍ମୀୟ ସମ୍ମିଳନୀରେ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ଖୋଜୁଛି ।

ଓଡ଼ିଶାରୁ ୧୫ ଜଣ ଏଥିରେ ଯୋଗ ଦେଇଥିବା କୁହାଯାଇଛି । ରାଜ୍ୟ ସରକାର ସନ୍ଦିଗ୍ଧମାନଙ୍କୁ ଚିହ୍ନଟ ଜାରି ରଖିଛନ୍ତି । ଲିଙ୍କରେ କେନ୍ଦ୍ରାପଡ଼ାରେ ଜଣଙ୍କୁ ପ୍ରଶାସନ ଆଇସୋଲେସନରେ ରଖିବା ସହ ନମୁନା ପରୀକ୍ଷା ପାଇଁ ପଠାଇଛି । ତାଙ୍କ ପରିବାରକୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି । ଯାଜପୁର ଜିଲ୍ଲା ପ୍ରଶାସନ ୫୦ ବର୍ଷୀୟ ବୃଦ୍ଧଙ୍କୁ ଚିହ୍ନଟ କରି ହସ୍ପିଟାଲରେ ରଖାଯାଇଛି । କଟକର ଗୋଟିଏ ପରିବାରର ୧୭ ଜଣଙ୍କୁ କ୍ୱାରେଣ୍ଟାଇନ ୱାର୍ଡରେ ରଖାଯାଇଥିବା ବେଳେ ବାଲେଶ୍ୱରରେ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

Leave a Reply