ରାଜଧାନୀରେ ୧୬ ନୂଆ ଆକ୍ରାନ୍ତ ଚିହ୍ନଟ; ବିମାଖାଲ ଆକ୍ରାନ୍ତଙ୍କ ଦ୍ୱାରା ୧୫ ଆକ୍ରାନ୍ତ

1 min read

ଭୁବନେଶ୍ୱର: ପୁଣି ରାଜଧାନୀବାସୀଙ୍କ ମୁଣ୍ଡ ବ୍ୟାଥା ବଢ଼ାଇଛି କରୋନା ।ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ୧୬ ନୂଆ କରୋନା ଆକ୍ରାନ୍ତ  । ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ସମଗ୍ର ରାଜ୍ୟରେ ୩୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । କେବଳ ଆଜି ମୋଟ ୧୮ ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି । ତେବେ ଏଯାବତ୍‌ ରାଜଧାନୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବାହାର ରାଜ୍ୟର  ଲିଙ୍କ୍‌ ଥିବାରୁ ରାଜ୍ୟରେ ସାମଜିକ ସଂକ୍ରମର ହୋଇନଥିବା ଆଶା କରାଯାଉଛି । ଏଥିସହିତ ଗତ ୩ ତାରିଖ ଠାରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌କୁ ରବିବାର ରାତି ୮ଟାରେ ଉଠାଇ ଦିଆଯାଇଛି ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ନୂଆ କରି ଚିହ୍ନଟ ହୋଇଥିବା ୧୬ କରୋନ ପଜିଟିଭ୍‌ଙ୍କ ମଧ୍ୟରୁ ୧୫ ଜଣ ପୂର୍ବରୁ ବମିଖାଲ ଅଞ୍ଚଳରେ ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ୩ ଜଣଙ୍କ କରୋନା ଆକ୍ରାନ୍ତ ବମିଖାଲରୁ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇଥିଲା । ଏଣୁ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବ ନାହିଁ ବୋଲି ଆଶା କରାଯାଉଛି ।

ସେହିଭଳି ଆଜି ଅପରାହ୍ନରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜଣେ କପିଳପ୍ରସାଦ ଅଞ୍ଚଳ ହୋଇଥିବାରୁ ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଛି ପ୍ରଶାସନ । ଓ୍ୱାର୍ଡ ନମ୍ୱର ୬୪ର ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇଛି । ଅପରାହ୍ନରେ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତ ବମିଖାଲ ଅଞ୍ଚଳ, ୨୯ ବର୍ଷିୟ ଯୁବକ । ବମିଖାଲ ଅଞ୍ଚଳକୁ ସିଲ୍ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଯୁବକ ଜଣଙ୍କ ଚିହ୍ନଟ ହୋଇଥିଲେ ।

 

https://youtu.be/HF8ykGpwrxk

Leave a Reply