ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଜି ରାତି ୮ଟାରେ  ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରୁ ହଟିବ ସଟ୍‌ଡାଉନ୍ । କିନ୍ତୁ ଲକ୍‌ଡାଉନ ବଳବତ୍ତର ରହିବ । ସଟ୍‌ଡାଉନ୍ ସରିବା ପରେ ଖୋଲା ରହିବ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ । ଏହି ସମୟରେ ବଜାରକୁ ଯାଇ ଭିଡ଼ କରିବାରୁ ଆବଶ୍ୟକ ନାହିଁ । ଯଦି ବଜାର ଯାଇ ଭିଡ଼ କରିବା ତା’ ହେଲେ ତେବେ ସାମାଜିକ ଦୂରତା ରକ୍ଷାକରାଯାଇପାରିବ ନାହିଁ । ଫଳରେ ଲକ୍‌ଡାଉନ୍ ଓ ୪୮ ଘଣ୍ଟାର ସଟ୍‌ଡାଉନ୍‌ର ଯେଉଁ ଫାଇଦା ପାଇଛେ ତାହା ଫଳପ୍ରଦ ହେବନାହିଁ ବୋଲି ପ୍ରେସମିଟ୍ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ  ଅସିତ ତ୍ରିପାଠୀ ।

ସଟ୍‌ଡାଉନ୍‌ ସମୟରେ ଶତ ପ୍ରତିଶତ ଜନସାଧାରଣ ସହଯୋଗ, ଏବଂ ଏହାକୁ କାର୍ଯ୍ୟକାରୀ ନେଇ ପୋଲିସ କର୍ମଚାରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟ ଶାସନ ସଚିବ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏହି ସମୟରେ ମଧ୍ୟରେ ଯେଉଁ ସବୁ କାମ କରିବାର ଥିଲା ତାହାକୁ ସୂଚାରୁ ରୂପେ ତୁଲାଇଛନ୍ତି ।

ରାଜ୍ୟର କିଛି ସ୍ଥାନରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରାକିଂ କରିବା ସହ ସେ ନେଇ ଅଧିକ ତଦନ୍ତର ଆବଶ୍ୟକତା ଥିଲା । ଯାହାକୁ ଏହି ସଟଡାଉନ୍ ଅବଧି ମଧ୍ୟରେ କରାଯାଇଥିଲା । ତଦନ୍ତରୁ ପ୍ରାପ୍ତ ସୂଚନା ଅନୁଯାୟୀ ବମିଖାଲ ଓ ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ବାହାର ରାଜ୍ୟର ଲିଙ୍କ୍‌ ଥିବା ସୂଚନା ମିଳିଛି । ଏହା ଦ୍ୱାରା ଆମେ ସାମାଜିକ ସଂକ୍ରମଣ ନେଇ ଯେଉଁ ଆଶଙ୍କା କରାଯାଇଥିଲା ତାହା ବହୁ ମାତ୍ରାରେ ଥମିଯାଇଛି ।

ଆଗକୁ ଯଦି କୌଣସି ଜାଗାରେ ବିନା ଟ୍ରାଭେଲ୍‌ ହିଷ୍ଟ୍ରୀ ଥିବା କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି ତା’ହେଲେ ସେହି ସ୍ଥାନକୁ ସ୍ଥାନୀୟ ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେବେ । ଅର୍ଥାତ ସିଲ୍ କରାଯିବ । ଏବଂ ସେଠାରେ ଡୋର୍ ଟୁ ଡୋର୍ ବୁଲି ତଦନ୍ତ କରାଯିବ ଏବଂ ଅଧିକ ସଂଖ୍ୟାରେ ବ୍ୟାପିବାକୁ ରୋକିବା ନେଇ ପଦକ୍ଷେପ ନିଆଯିବ ।

Leave a Reply