ହାତ ଛାଡି ପଦ୍ମ ଧରିଲେ ଅଭିନେତ୍ରୀ ଖୁସବୁ ସୁନ୍ଦର

Khusbu Sundar

ନୂଆଦିଲ୍ଲୀ: ହାତ ଛାଡିବାର କିଛି ସମୟ ପରେ ପଦ୍ମ ପୋଖରିରେ ଅଭିନେତ୍ରୀ ତଥା ନେତ୍ରୀ ଖୁସବୁ ସୁନ୍ଦର । କଂଗ୍ରେସ ଠାରୁ ତୁଟାଇଲେ ୬ ବର୍ଷର ସମ୍ପର୍କ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପି ସାଧାରଣ ସମ୍ପାଦକ ସିଟି ରବି ଓ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ଖୁସବୁ ।

Khusbu Sundar

ସେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ । ଦଳରେ ତାଙ୍କୁ କୋଣଠେସା କରାଯାଉଥିବା ଖୁସ୍‌ବୁ ପୂର୍ବରୁ ଅଭିଯୋଗ ଆଣିଥିଲେ । ଖୁସବୁ ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସରେ ସାମିଲ ହୋଇଥିଲେ । ତାମିଲନାଡୁରେ କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିଲା । କିନ୍ତୁ ଏବେ କଂଗ୍ରେସରେ ତାଙ୍କ ସ୍ୱରକୁ ଚାପି ଦିଆଯାଇଥିବା ଓ ସେ ଦଳରେ କଣୋଠେସା ହୋଇ ରହିଛନ୍ତି ବୋଲି ଅଭିଯୋଗ କରି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

 Khusbu Sundar

ଅନ୍ୟପଟେ ଖୁସ୍‌ବୁ ବିଜେପିରେ ସାମିଲ ହେବା ପରେ ଦଳ ଆହୁରି ମଜ୍‌ବୁତ୍‌ ହୋଇଥିବା କହିଛନ୍ତି ବିଜେପିର ରାଷ୍ଟ୍ରୀୟ ନେତା । ଖୁସ୍‌ବୁ ସଂଗଠନକୁ ଆହୁରି ସୁଦୃଢ଼ କରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି । ଖୁସ୍‌ବୁ ଜଣେ ଉତ୍ତମ ସଂଗଠକ । ପ୍ରଶଂସକମାନେ ମଧ୍ୟ ଖସ୍‌ବୁଙ୍କର ଏହି ନିଷ୍ପତ୍ତିରେ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାସ ଓ ମହତ୍ୱକାଂକ୍ଷାକୁ ଦେଖି ଖସ୍‌ବୁ ବିଜେପିରେ ସାମିଲ ହୋଇଥିବା କହିଛନ୍ତି । ଦେଶରେ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ଯୋଡ଼ି ହୋଇ ସେ ବହୁତ ଖୁସି ବୋଲି ବ୍ୟକ୍ତ କରିଛନ୍ତି ।

Leave a Reply