ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି: କରୋନା କଟକଣା ସହ ସୁରୁଖୁରୁରେ ରଥଯାତ୍ରା ସରିଥିବାରୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସରକାର
1 min readଭୁବନେଶ୍ୱର: କୋଭିଡ କଟକଣା ଭିତରେ ସୁରୁଖୁରୁରେ ସରିଛି ରଥଯାତ୍ରା । କୋର୍ଟଙ୍କ ନିର୍ଦ୍ଦେଶ ଓ କୋଭିଡ ନିୟମକୁ ମାନି ସେବାୟତମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅତି ସୁନ୍ଦର ଭାବେ ଶେଷ କରିଛନ୍ତି । ଖାଲି ସେତିକି ନୁହେଁ ପ୍ରତ୍ୟେକ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ଏଥିପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାର ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ଫେରିଛନ୍ତି। ରଥଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା। ଜୟ ଜଗନ୍ନାଥ। ?
— Naveen Patnaik (@Naveen_Odisha) July 5, 2020
ସରକାରଙ୍କ ନିର୍ଦ୍ଦେଶମତେ ଶ୍ରୀଜଗନ୍ନାଥପ୍ରେମୀ ମଧ୍ୟ ଘରେ ବସି ରଥଯାତ୍ରାର ସିଧା ପ୍ରସାରଣ ଦେଖିଥିଲେ । କୌଣସି ବ୍ୟକ୍ତି ନିୟମ ନ ଭାଙ୍ଗି ସରକାରଙ୍କ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ସରକାର ଧନ୍ୟବାଦ ଜଣାଇଛନ୍ତି ।
I sincerely thank and congratulate HH Pujya Shankaracharya ji of @govardhanmath, Gajapati Maharaj Shri Divyasingha Deb ji, the @sjta_puri, Sevayat Samaj, Chattisa Niyog and the people of Puri for a well-organised and successful #RathYatra2020.
Jai Jagannath ? pic.twitter.com/8GK89uUGce
— Dharmendra Pradhan (मोदी का परिवार) (@dpradhanbjp) July 4, 2020
କୋଭିଡ କଟକଣାକୁ ମାନି ସେବାୟତମାନେ ସୁରୁଖୁରୁରେ ଦାୟିତ୍ୱ ସମ୍ପନ୍ନ କରିଥିବାରୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ଡିଜିପି ।
ସରିଲା ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ: ରତ୍ନବେଦୀରେ ବିରାଜିଲେ ମହାପ୍ରଭୁ
ଗତକାଲି ସୁରୁଖୁରୁରେ ସରିଥିଲା ମହାପ୍ରଭୁଙ୍କ ଲୀଳା ଖେଳା । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ଫେରିଥିଲେ ନୀଳାଦ୍ରିନାଥ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ ସୂଦର୍ଶନ, ବଳଭଦ୍ର ଓ ସୁଭଦ୍ରା । ତେବେ ଶ୍ରୀଜଗନ୍ନାଥ ଯିବାବେଳେ ସିଂହଦ୍ୱାରା ବନ୍ଦ ହୋଇଥିଲା ।ତେବେ ରସଗୋଲା ଦେଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ଶ୍ରୀମନ୍ଦିରକୁ ମହାପ୍ରଭୁ ପ୍ରବେଶ କରିଥିଲେ ।