କଳାହାଣ୍ଡି ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡ଼ିହେଲା ନୂଆଫର୍ଦ୍ଦ, ଇନ୍ଦ୍ରାବତୀରୁ ସିଧାସଳଖ ବିଦ୍ୟୁତ୍‌ ପାଇବେ ୧୨୦ ଗାଁ

CM Naveen

କଳାହାଣ୍ଡି: କଳାହାଣ୍ଡିରେ ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡ଼ିହେଲା ନୂଆଫର୍ଦ୍ଦ । ବାନେରଠାରେ ନବନିର୍ମିତ ବିଦ୍ୟୁତ୍ ଗ୍ରୀଡ୍‌କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗ୍ରୀଡ୍ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜିଲ୍ଲାର ୧୨୦ଟି ଗାଁର ୨୭ ହଜାର ଲୋକ ଉପକୃତ ହେବେ ।

Kalahandi GRID_INAGURATION 5

ଗ୍ରୀଡ୍‌ ଦ୍ୱାରା କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଭାବେ ଇନ୍ଦ୍ରାବତୀ ବିଦ୍ୟୁତ୍ କେନ୍ଦ୍ରରୁ ଉତ୍ପନ୍ନ ବିଦ୍ୟୁତ୍‌କୁ ବ୍ୟବହାର କରିପାରିବ । ପୂର୍ବରୁ ଇନ୍ଦ୍ରାବତୀରୁ ଥିରୁଭାଲିକୁ ବିଦ୍ୟୁତ୍ ପରିବହନ ହେଉଥିଲା । ସେଠାରୁ କଳାହାଣ୍ଡିକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଥିଲା । ଏବେ ଏହାକୁ ୨୨୦କେଭିକୁ ଉନ୍ନୀତ କରାଯାଇ ଲଡୁଗାଁ ଓ ବଡୁକୁଟ୍‌ରୁକୁ ୩୩ କେଭି ଲାଇନ୍‌ରେ ବିଦ୍ୟୁତ ଯୋଗାଇ ଦିଆଯାଉଛି ।

Kalahandi GRID_INAGURATION 5

ସୂଚନାଯୋଗ୍ୟ, ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନର ୨୦ ବର୍ଷ ପରେ ଆଜିଠୁ କଳାହାଣ୍ଡିବାସୀ ବିଜୁଳି ପାଇବେ । ଏଥି ନିମନ୍ତେ ସଂଯୋଗ ସ୍ଥାପନ କରୁଥିବା ଜୟପାଟଣା ବ୍ଲକର ବାନେର ଗ୍ରୀଡ଼କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରି ଜିଲ୍ଲବାସୀଙ୍କ ବହୁ ଦିନର ସ୍ୱପ୍ନକୁ ସାକାର କରିଛନ୍ତି । କଳାହାଣ୍ଡି ଜିଲ୍ଲାରୁ ଶକ୍ତିମନ୍ତ୍ରୀ ଭାବେ ସ୍ଥାନ ପାଇଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମ ଯୋଗୁଁ ବହୁ ପ୍ରତିକ୍ଷତ ଦାବି ପୁରଣ ହୋଇଛି । ଏଥିପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।

Kalahandi GRID_INAGURATION 5

ପୂର୍ବରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୋବାଲି ଗ୍ରୀଡ଼କୁ ୧୩୨ କେଭିର ବିଦ୍ୟୁତ ପରିବହନ ହେଉଥିଲା । ସେଠାରୁ ବିଦ୍ୟୁତ ଆସିବା ପରେ ଜିଲ୍ଲାବାସୀ ବିଦ୍ୟୁତ ପାଉଥିଲେ । ବର୍ତ୍ତମାନ ଜୟପାଟଣା ବ୍ଲକର ବାନେର ଗ୍ରୀଡ଼ ଠାରେ ୨୨୦ କେଭିକୁ ଉନ୍ନୀତ କରାଯାଇ ଲଡୁ ଗାଁ ଏବଂ ବଡ଼କୁଟରୁକୁ ୩୩ କେଭି ଲାଇନରେ ବିଦ୍ୟୁତ ପ୍ରଦାନ କରାଯିବ । ଏହାଦ୍ୱାରା କୋକସରା ବ୍ଲକର ଲଡୁ ଗାଁ ସବଷ୍ଟେସନରୁ ୫୧ଟି ଗାଁ ଓ ଜୟପାଟଣା ବ୍ଲକର ୨୫ ଟି ଗାଁର ୧୬ ହଜାର ବିଦ୍ୟୁତ ଗ୍ରାହକ ଉପକୃତ ହେବେ ।
Kalahandi GRID_INAGURATION 5

Leave a Reply