ଲଦାଖ ନିକଟରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ଚୀନ, ରାତିରେ କରୁଛି ଯୁଦ୍ଧାଭ୍ୟାସ

1 min read
China Conducting Night Drills In High Altitude Areas Near Ladakh PLA

ନୂଆଦିଲ୍ଲୀ: ପୁଣି ଦୁଃସାହସ ଦେଖାଉଛି ଚୀନ । ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ଓ ଲଦାଖ ନିକଟ ଶିନଜିୟାଙ୍ଗ ମିଲିଟ୍ରି ଡିଷ୍ଟ୍ରିକ୍ଟର ଉଚ୍ଚ ସ୍ଥାନରେ ଚୀନର ପିପୁଲ୍ସ ଲିବରେସନ ଆର୍ମିର ଯବାନ ଅଭ୍ୟାସ କରୁଥିବା ଜଣାପଡ଼ିଛି । ଏକ ରିପୋର୍ଟ ଅନୁସାରେ ପିଏଲଏ ଯବାନମାନେ ରାତିରେ ମଧ୍ୟ ଯୁଦ୍ଧାଭ୍ୟାସ କରୁଛନ୍ତି ।

ଖବର ଅନୁସାରେ, ହିମାଳୟ ସୀମା ନିକଟରେ ପିଏଲଏର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ସୈନ୍ୟ ମୁତୟନ କରିଛି । ଏଥିସହ ରାତ୍ରୀକାଳିନ ଯୁଦ୍ଧାଭ୍ୟାସ ଚାଲିଛି । ପିଏଲ୍ଏ ତାର ସୈନିକଙ୍କୁ ନୂଆ ଆଧୁନିକ ଅସ୍ତ୍ରଶସ୍ତ୍ର ଟ୍ରେନିଂ ଦେବା ହେଉଛି ଏହାର ଉଦ୍ଦେଶ୍ୟ । ଭାରତର ସୀମାକୁ ଲାଗି ରହିଛି ଏହି ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ । ପ୍ରାୟ ୫ ହଜାର ମିଟର ବା ୧୬ ହଜାର ୪୦୦ ଫୁଟ୍ ଉପରେ ରାତିରେ ଯୁଦ୍ଧାଭ୍ୟାସ କରୁଥିବା କୁହାଯାଉଛି ।

ରିପୋର୍ଟରେ କମାଣ୍ଡର ୟାଙ୍ଗ ୟାଙ୍ଗଙ୍କ ସୂତ୍ରରୁ କୁହାଯାଉଛି- ବଦଳୁଥିବା ପରିସ୍ଥିତିକୁ ନେଇ ନୀତିରେ ସଂଶୋଧନ ଅଣାଯାଇଛି । କଠୋର ଯୁଦ୍ଧ ସ୍ଥିତିର ସାମ୍ନା ପାଇଁ ଉଚ୍ଚସ୍ଥାନରେ ଅଭ୍ୟାସ କରୁଛୁ । ରାତିରେ ଯବାନ ବିନା ଆଲୋକରେ ଯୁଦ୍ଧାସ୍ତ୍ର ଧରି ବରଫ ପାହାଡ଼ ଚଢ଼ୁଛନ୍ତି, ଗୁଳିଗୋଳାର ଅଭ୍ୟାସ କରୁଛନ୍ତି । ଅଭ୍ୟାସ ସ୍ଥଳରେ ପିଏଚଏଲ୍-୧୧ ଟ୍ରକ୍ ମାଉଣ୍ଟେଡ୍ ସେଲ୍ଫ ପ୍ରୋପେଲ୍ଡ ୧୨୨ ଏମଏମ୍ ମଲ୍ଟିପଲ୍ ସିଷ୍ଟମ ରକେଟ ଲଞ୍ଚର ମୁତୟନ କରିବା ସହ ଅଭ୍ୟାସରେ ବ୍ୟବହାର କରାଯାଉଛି ।

Leave a Reply