ପୃଥିବୀ କକ୍ଷ ପଥରେ ଶେଷ ରାଉଣ୍ଡ ଘୂରିବା ପରେ ଆସନ୍ତାକାଲି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରଯାନ-୩

1 min read

ନନ୍ଦିଘୋଷ ବ୍ୟୁରୋ: ପୃଥିବୀ କକ୍ଷପଥ ଛାଡ଼ିବ ଚନ୍ଦ୍ରଯାନ-୩ । ପୃଥିବୀ କକ୍ଷ ପଥରେ ଶେଷ ରାଉଣ୍ଡ ଘୂରିବା ପରେ ଆସନ୍ତାକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ଏହା ଲୁନାର ଟ୍ରାନ୍ସଫର ଟ୍ରାନଜେକ୍ଟରୀ ବା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ । ପୃଥିବୀ କକ୍ଷପଥ ଛାଡ଼ିବା ସମୟରେ ଚନ୍ଦ୍ରଯାନର ଭେଲୋସିଟି ବା ସ୍ପିଡ ୪୦ହଜାର ୩୨୦ କିଲୋମିଟର ପ୍ରତିଘଣ୍ଟା ରହିବ । ପୃଥିବୀ କକ୍ଷରୁ ଚନ୍ଦ୍ର କକ୍ଷରେ ପହଞ୍ଚିବାକୁ ଅରବିଟ ଟ୍ରାନ୍ସଫର ପ୍ରକ୍ରିୟାକୁ ୬ ଦିନ ସମୟ ଲଶଗିବ । ଚନ୍ଦ୍ରଯାନ-୩ ଓ ଚନ୍ଦ୍ର ଅନ୍ତରୀକ୍ଷରେ ଗୋଟିଏ ଲାଇନରେ ଆସିବା ପରେ ଚନ୍ଦ୍ର କକ୍ଷପଥକୁ ଚନ୍ଦ୍ରଯାନ ପଠାଇବାକୁ ଯୋଜନା ରହିଛି । ଅଗଷ୍ଟ ୨୩ ତାରିଖରେ ପ୍ରପଲସନ ମଡ୍ୟୁଲ ଗୋଲାକାର ଅରବିଟରେ ବୁଲୁଥିବା ବେଳେ ଏହାର ଗତିକୁ ଧୀମା କରି ଲ୍ୟାଣ୍ଡରକୁ ସାଉଥ ପୋଲରେ ଲ୍ୟାଣ୍ଡ କରାଯିବ ।