କିଛି ବି ହେଇଯାଉ ଚନ୍ଦ୍ରଯାନ-୩ ସଫ୍ଟ ଲାଣ୍ଡିଂ କରିବ ହିଁ କରିବ, କେମିତି ଜାଣନ୍ତୁ

1 min read

ବେଙ୍ଗାଲୁରୁ: ଚନ୍ଦ୍ରରେ କିଛି ବି ଅସୁବିଧା ହେଉ । ଚନ୍ଦ୍ରଯାନ-୩ ଚନ୍ଦ୍ରରେ ସେଫ୍ ଲାଣ୍ଡିଂ କରିବ ହିଁ କରିବ । ଏପରି କିଛି କହିଛି ଇସ୍ରୋ । ଲୁନା-25 ଚନ୍ଦ୍ରପୃଷ୍ଠରେ ଲାଣ୍ଡିଂ କଲାବେଳେ କ୍ରାସ୍ ଲାଣ୍ଡ କରିବା ସହ ରୁଷର ଏହି ମିଶନ ଫେଲ୍ ହୋଇଛି । ଲୁନା -25 କ୍ରାସ ହେଲା ପରେ ଆମେ ଟିକେ ଚିନ୍ତିତ ହେଇଯାଇଥିଲୁ । ପୂର୍ବଥର ଭଳି ଏଥର ଆଉ ସେମିତି ନ ହେବା ପାଇଁ ସମସ୍ତେ ଆଶା ବାନ୍ଧି ବସିଥିଲାବେଳେ ଇସ୍ରୋର ଏହି କଥା ସମସ୍ତଙ୍କ ମନରେ ଥିବା ଦ୍ବନ୍ଦ ଦୂର କରିଛି । ଇସ୍ରୋ କହିଛି, ଚନ୍ଦ୍ରପୃଷ୍ଠରେ ଯାହା ବି ଗଡ଼ବଡ଼ ହେଉ ପଛେ ଚନ୍ଦ୍ରଯାନ-୩ ସଫ୍ଟ ଲାଣ୍ଡିଂ ହିଁ କରିବ । ଏହି କଥାକୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ବି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଲାଣ୍ଡିଂର ଶେଷ ୧୫ ମିନିଟ ଅତି ଜଟିଳ ରହିବ । ଚନ୍ଦ୍ରଯାନ-୨ର ଅସଫଳତା ପରେ ଚନ୍ଦ୍ରଯାନ-୩ରେ ବହୁତ କିଛି ସୁଧାର କରାଯାଇଛି ।

ଇଣ୍ଡିଆନ୍ ଇନଷ୍ଟ୍ୟୁଟ ଅଫ ସାଇନ୍ସ, ଏବଂ ବାଙ୍ଗାଲୋର ଏରୋସ୍ପେସ ବିଭାଗ ମଧ୍ୟ ଏହି ମଶନରେ ଇସ୍ରୋକୁ ସହଯୋଗ କରୁଛନ୍ତି । ଚନ୍ଦ୍ରଯାନକୁ ଏପରି ଡିଜାଇନ୍ କରାଯାଇଛି ଯେ, କିଛି ବି ଅଶ୍ବାଭାବିକ ପରିସ୍ଥିତି ହେଲେ ତାହା ନିଜକୁ ରକ୍ଷା କରିବ । ବିକ୍ରମ ଲ୍ୟାଣ୍ଡର ସଠିକ୍ ଯାଗା ଖୋଜି ଲାଣ୍ଡ କରିବ । ସେ ନିଜେ ସ୍ଥାନକୁ ସୁରକ୍ଷିତ ନ ଭାବିଲା ଯାଏ ଲାଣ୍ଡ କରିବ ନାହିଁ ।