ଲାଭବାନ କରିଛି ମାଛ ଚାଷ

ଚାନ୍ଦବାଲି: ବାୟୋ ଫ୍ଲକ ଜରିଆରେ ମାଛ ଚାଷ । କମ ସ୍ଥାନ ଆଉ କମ ପରିଶ୍ରମରେ ଅଧିକ ଲାଭ । ଆଉ ଏହାକୁ ପ୍ରତ୍ସାହିତ କରୁଛନ୍ତି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ । ଗ୍ରାମୀଣ ମହିଳା ମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ବାବଲମ୍ବୀ କରିବା ସହ ବଜାରର ଚାହିଦା ମଧ୍ୟ ପୂରଣ ହୋଇ ପାରୁଛି ।

ଲାଭବାନ କରିଛି ମାଛ ଚାଷ । କମ ସ୍ଥାନ ଓ କମ ପରିଶ୍ରମରେ ଅଧିକ ରୋଜଗାର । ବ୍ୟବସାୟ ପାଇଁ ସ୍ବାବଲମ୍ବୀ ଏସଏଚଜି ମହିଳା । ଗ୍ରୁପକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ । ଆମ ଓଡ଼ିଶାର ମାଛର ଚାହିଦା ଖୁବ ଅଧିକ । ଏନେଇ ମାଛଚାଷକୁ ଏକ ଲାଭଜନକ ବ୍ୟବସାୟ ମଧ୍ୟରେ ଗଣନା କରାଯାଏ । ମାଛ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ନହେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ମତ୍ସ୍ୟ ଚାଷକୁ ପ୍ରତ୍ସାହିତ କରୁଛନ୍ତି । ଫଳରେ ଭଦ୍ରକ ତିହିଡି ବ୍ଳକର ଦୌଲତପୁର ପଞ୍ଚାୟତର ରଘୁନାଥ ଜୀଉ ଉତ୍ପାଦକ ଗୋଷ୍ଠୀ ମାଛ ଚାଷ କରି ଲାଭବାନ ହୋଇଛି ।

୩ଟି ସ୍ବୟଂ ସହାୟକ ଗୋଷ୍ଠୀର ୩୧ଜଣ ସଭ୍ୟାଙ୍କୁ ନେଇ ଗଠନ ହୋଇଛି ରଘୁନାଥ ଜିଉ ଉତ୍ପାଦକ ଗୋଷ୍ଠୀ । ମିଶନ ଶକ୍ତି ବିଭାଗରୁ ସହାୟତା ଆଣି ବାୟୋଫ୍ଲକ ଜରିଆରେ କରୁଛନ୍ତି ମାଛ ଚାଷ । ନିଜର ବଳକା ସମୟକୁ ବିନିଯୋଗ କରି ସ୍ବାବଲମୀ ହୋଇ ପାରିଛନ୍ତି । ରୋଜଗାର ପାଇଁ ସୁଯୋଗ ଦେଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳା । କଥାରେ ଅଛି ଇଚ୍ଛାଥିଲେ ଉପାୟ ଅଛି । ମହିଳା ମାନଙ୍କ ଇଚ୍ଛାଶକ୍ତି ସେମାନଙ୍କୁ ଆଣିଦେଇଛି ନୂତନ ପରିଚୟ ।  ଆଉ ସେହି ନୂତନ ପରିଚୟକୁ ଉତ୍ସାହିତ କରୁଛନ୍ତି ଓଡ଼ିଶା ସରକାର ।