ଏଣିକି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ ରହିବ ଡିଜିଟାଲ ମିଡିଆ… ବିବାଦୀୟ ଖବର ରୋକିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ: ଏଣିକି ସୂଚନା ମନ୍ତ୍ରଣାଳୟ ଅଧିନ ହେବ ଡିଜିଟାଲ ମିଡିଆ । ଏନେଇ ଆଜି କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ଡିଜିଟାଲ ମିଡିଆରେ ବଢୁଥିବା ବିବାଦୀୟ ଖବର ରୋକିବାକୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ନିଷ୍ପତ୍ତି ଅନୁଯାୟୀ ସମସ୍ତ ଡିଜିଟାଲ ମିଡିଆ ଏଣିକି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନ ଓ ନିୟନ୍ତ୍ରଣରେ ରହିବ ।

ଅନଲାଇନ ଫିଲ୍ମ, ଅଡିଓ ଭିଜୁଆଲ କାର୍ଯ୍ୟକ୍ରମ, ଅନଲାଇନ୍ ନ୍ୟୁଜ୍ ଓ କରେଣ୍ଟ ଆଫାୟାର୍ସର କଣ୍ଟେଣ୍ଟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିୟନ୍ତ୍ରଣରେ ରହିବ । ଏହି ନିଷ୍ପତ୍ତି ତତ୍କାଳ ଲାଗୁ ହେବ ବୋଲି କୁହାଯାଇଛି । ଏହାଦ୍ୱାରା ଦେଶରେ ଡ଼ିଜିଟାଲ ମିଡିଆରେ ବଢୁଥିବା ବିବାଦୀୟ ଖବର ରୋକାଯାଇ ପାରିବ ବୋଲି କୁହାଯାଇଛି ।

ନିକଟରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଏପିଲ କହିଥିଲେ ଯେ, ସୋସିଆଲ ମିଡିଆ ଉପରେ ବର୍ତ୍ତମାନ କଣ୍ଟ୍ରୋଲ କରିବା କଷ୍ଟକର ହୋଇପଡ଼ିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବାର ସମୟ ଆସିଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସୁପ୍ରିମ କୋର୍ଟକୁ କହିଛି ଯେ, ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ଯଦି କୌଣସି ପଦକ୍ଷେପ ନିଆଯିବ ତେବେ ତାହା ପ୍ରଥମେ ଡିଜିଟାଲ୍ ମିଡିଆରୁ ଆରମ୍ଭ କରିବାକୁ ପଡିବ ।

ଦୂରଦର୍ଶନ ଟିଭିର ବିବାଦୀୟ “ୟୁପିଏସସି ଜିହାଦ” କାର୍ଯ୍ୟକ୍ରମ ସମ୍ବନ୍ଧୀୟ ମାମଲାର ଶୁଣାଣି ସମୟରେ କେନ୍ଦ୍ର ଏହି ଆଭିମୁଖ୍ୟ ଗ୍ରହଣ କରିଥିଲା ଯେଉଁଥିରେ କୋର୍ଟ ଟେଲିଭିଜନ ଚ୍ୟାନେଲଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାକୁ ଚିନ୍ତା କରିଥିଲେ ।

Leave a Reply