ତାଜା ଖବର ବାଲିଗୁଡା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ପୁଣି ଲଜ୍ୟା । ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ଏକୁଟିଆର ସୁଯୋଗ ନେଇ ପଡ଼ୋଶୀ ବ୍ୟକ୍ତି ଦୁଷ୍କର୍ମ କରିଥିବା ପିଡ଼ିତାଙ୍କ ପରିବାର ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଏତଲା । ଅଭିଯୁକ୍ତ ଅଟକ । November 29, 2019
ତାଜା ଖବର ପଶ୍ଚିମରେ ନୂଆ ସୂର୍ଯ୍ୟୋଦୟ। ମହାରାଷ୍ଟ୍ରରେ ଆଜିଠୁ ଆରମ୍ଭ ହେଉଛି ଠାକ୍ରେ ଯୁଗ। ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହେବ ଶିବାଜୀ ପାର୍କ। ପ୍ରଥମ ଥର ପାଇଁ ଠାକ୍ରେ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ ହେବେ। November 28, 2019
ତାଜା ଖବର ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ବେଆଇନ୍ ଅର୍ଥ କାରବାର ମାମଲା । ସଂପୂର୍ଣ୍ଣ ତଥ୍ୟର ବିବରଣୀ ବନ୍ଦ ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଖଣ୍ଡପୀଠଙ୍କ ଆଦେଶ । ଏହାପରେ ବେଞ୍ଚ ମାମଲାର ଶୁଣାଣି କରିବେ । November 28, 2019
ତାଜା ଖବର ଭୁବନେଶ୍ୱର : ମୋ-ସରକାର କାର୍ଯ୍ୟକ୍ରମକୁ ନେଇ ଭାରପ୍ରାପ୍ତ ଡିଜିପି ସତ୍ୟଜିତ ମହାନ୍ତିଙ୍କ ସମୀକ୍ଷା । ବିଭିନ୍ନ ଜିଲ୍ଲାର ୧୦ ଜଣ ଲୋକଙ୍କ ସହ କଥା ହେଲେ ଡିଜିପି। ଥାନା ଅଧିକାରୀ, କର୍ମଚାରୀଙ୍କ ଆଚରଣ ଓ ବ୍ୟବହାର ସଂପର୍କରେ ବୁଝିଲେ। ଭୁବନେଶ୍ୱର କ୍ୟାମ୍ପ ଅଫିସରେ ସମୀକ୍ଷା ବେଳେ SCRBର ନିର୍ଦ୍ଦେଶକ ରାଜେଶ କୁମାର ଥିଲେ ଉପସ୍ଥିତ । November 28, 2019
ତାଜା ଖବର ଭଦ୍ରକ : ସ୍କୁଲ ଯାଉଥିବା ବେଳେ ବନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ରୀଙ୍କୁ ନିଶା ଗ୍ୟାସ ସ୍ପ୍ରେ କଲେ ସ୍ଥାନୀୟ ବ୍ୟକ୍ତି। ଦୁଇ ଛାତ୍ରୀ ଅଚେତ ଅବସ୍ଥାରେ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଘଟଣାରେ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବନ୍ତ ପୋଲିସ। November 28, 2019
ତାଜା ଖବର ଭୁବନେଶ୍ୱର : ୨ଟି ଜିଲ୍ଲାପରିଷଦ ଉପନିର୍ବାଚନରେ ଜିତିଲା ବିଜେଡି । ପଟାଙ୍ଗିରେ ବିଜେଡି ପ୍ରାର୍ଥୀ ୨,୭୩୮ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ, ଛତ୍ରପୁରରେ ୮,୭୭୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଦଳୀୟ ପ୍ରାର୍ଥୀ । November 28, 2019
ତାଜା ଖବର ଭୁବନେଶ୍ୱର : ଆଉ ୩ ମାସ କୋହଳ ହେଲା ଆରଟିଓ ଯାଞ୍ଚ, ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଘୋଷଣା । ଡେଡଲାଇନ୍ ବୃଦ୍ଧି ନେଇ ବିଧାନସଭାରେ ଦାବି କରିଥିଲେ ସବୁ ଦଳର ବିଧାୟକ । ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ସରକାର । November 28, 2019
ତାଜା ଖବର ମହାରାଷ୍ଟ୍ର : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଶିବାଜୀ ପାର୍କରେ ବିଶାଳ ସମାରୋହରେ ନେଲେ ଶପଥ । ଠାକରେ ପରିବାରର ପ୍ରଥମ ବ୍ୟକ୍ତିଭାବେ ହେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ କୋଶଓ୍ୱାରୀ ଦେଲେ ପଦ ଓ ଗୋପନୀୟତାର ଶପଥ । ଏନସିପି, କଂଗ୍ରେସର ନେତା ମଧ୍ୟ ମନ୍ତ୍ରୀଭାବେ ନେଲେ ଶପଥ । November 28, 2019
ତାଜା ଖବର ମହାରାଷ୍ଟ୍ର : ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଜୟନ୍ତ ପାଟିଲ, ଛଗନ ଭୁଜବଳ, କଂଗ୍ରେସର ବାଲାସାହେବ ଥୋରାଟ୍, ନିତିନ୍ ରାଉତ୍ ପ୍ରମୁଖ ଉଦ୍ଧବ ଠାକରେଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀଭାବେ ନେଲେ ଶପଥ । November 28, 2019
ତାଜା ଖବର କଟକ : ରାୟଗଡ଼ା ବିଷମକଟକର ପୂର୍ବତନ ଥାନା ଅଧିକାରୀ ତଥା ବର୍ତ୍ତମାନ ମୟୂରଭଞ୍ଜରେ ଇନସ୍ପେକ୍ଟର ଥିବା ନଳିନୀକାନ୍ତ ମହାପାତ୍ର ଚାକିରିରୁ ବହିଷ୍କୃତ । ଦୁର୍ନୀତି ମାମଲାରେ ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ନଳିନୀଙ୍କୁ ଦୋଷୀ ସାବ୍ୟକ୍ତ କରିବା ପରେ ଚାକିରିରୁ ବହିଷ୍କାର କଲେ ଡିଜିପି । ପୋଲିସ ମୁଖ୍ୟଳୟ ପକ୍ଷରୁ ସୂଚନା। November 28, 2019