ତାଜା ଖବର ଜୟପୁର: କୋରାପୁଟରେ ପୋଲିସ ଡିଜି ଅଭୟ । ଏସପିଙ୍କ ଅଫିସରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ । ଡିଜିପିଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର, ଏଡିଜି (ଆଇନ ଶୃଙ୍ଖଳା) ଡି.ଏସ୍ କୁଟ୍ଟେ, ଗୁଇନ୍ଦା ବିଭାଗ ଡିଆଇଜି ଆର.କେ. ଶର୍ମା, ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ସଫିନ ଅହମଦ ପ୍ରମୁଖ ଉପସ୍ଥିତ । December 14, 2019
ତାଜା ଖବର ପଟ୍ଟାମୁଣ୍ଡାଇ: ରାଜନଗର ପେଣ୍ଠ ବେଳାଭୂମିରେ ୩ଟି ଡଲଫିନର ମୃତଦେହ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ, ଅନୁଧ୍ୟାନ ପାଇଁ ପହଞ୍ଚିଲା ବନ ବିଭାଗ ଟିମ୍ ।ଟ୍ରଲର ମାଡ଼ରେ ମୃତ୍ୟୁ ଘଟିଥିବା ଅନୁମାନ । December 14, 2019
ତାଜା ଖବର ନୂଆଦିଲ୍ଲୀ: ମୁଣ୍ଡକା ଅଞ୍ଚଳର ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭାଇବା କାର୍ଯ୍ୟରେ ୧୨ଟି ଦମକଳ ଗାଡ଼ି ନିୟୋଜିତ । ବିଳମ୍ବିତ ରାତିରୁ କାରଖାନାରେ ଲାଗିଛି ନିଆଁ । December 14, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ପାଲଘର ଅଞ୍ଚଳରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୮ । December 14, 2019
ତାଜା ଖବର ସମ୍ବଲପୁର: ଯୁଜୁମୁରାରେ ଭୟଙ୍କର ଦୁର୍ଘଟଣା । ଟ୍ରକ୍- ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଜୀଅନ୍ତା ଜଳିଗଲେ ୨ ଗାଡ଼ିର ଡ୍ରାଇଭର । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ । December 14, 2019
ତାଜା ଖବର ପାରାଦୀପ: ଗଡ଼ ବଜାରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୩ଟି ଦୋକାନ । ଗ୍ୟାସ୍ ଲିକ୍ କିମ୍ବା ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । December 14, 2019
ତାଜା ଖବର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା । ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟ କିପର), କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର । December 14, 2019
ତାଜା ଖବର ମୁମ୍ବାଇ: ଅସୁସ୍ଥତା ପାଇଁ ଭୁବନେଶ୍ୱର କୁମାରଙ୍କ ବଦଳରେ ଟିମରେ ସ୍ଥାନ ପାଇଲେ ଶାର୍ଦୁଲ ଠାକୁର । December 14, 2019
ତାଜା ଖବର ଭୁବନେଶ୍ୱର : ନାଗରିକତା ସଂଶୋଧନ ବିଲ୍-୨୦୧୯ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ରାଜ୍ୟରେ ସଦଭାବନା ବଜାୟ ରଖିବାକୁ ବିଭିନ୍ନ ମୁସଲମାନ୍ ସଂପ୍ରଦାୟର ନେତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରର ମୁସଲିମ୍ ନେତା ଲୋକସେବା ଭବନରେ ପହଞ୍ଚିଛନ୍ତି। December 13, 2019