ଅବିଭକ୍ତ କୋରାପୁଟ ଜିଲ୍ଲାରେ ତାଜା ଖବର ପରସି ଦେବାର ପ୍ରତିଶ୍ରୁତିବଦ୍ଧତା ସହ ‘ସକାଳ’ର ପ୍ରେସ ଉଦଘାଟିତ

ଜୟପୁର: ପବିତ୍ର ବାହୁଡ଼ା ଯାତ୍ରାରେ ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣ ପାଇଁ ଉଦଘାଟନ ହୋଇଛି ନିଜସ୍ବ ପ୍ରେସ୍ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପ୍ରେସର ଉଦଘାଟନ କରିଥିଲେ  । ନିଜ୍ବସ ପ୍ରେସ୍ ଉଦଘାଟନ ହେବାଫଳରେ ପାଠକଙ୍କୁ ସକାଳ ତାଜା ଖବର ଯୋଗାଇପାରିବ ବୋଲି ମାନସ ମଙ୍ଗରାଜ ଆଶା ପ୍ରକାଶ କରିଛନ୍ତି  । ଏହି ଅବସରରେ ଦୈନିକ ଖବର କାଗଜ ‘ସକାଳ’ର ଆଗାମୀ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି  ।

ଉଦଘାଟନୀ ଉତ୍ସବରେ ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ୍ ମଲ୍ଲିକ, କାର୍ଯ୍ୟନିର୍ବାହୀ ସଂପାଦକ ସମରେନ୍ଦୁ ଦାସ ଏବଂ ଜୟପୁର ସଂସ୍କରଣର ମୁଖ୍ୟ ରାକେଶ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ  । ଆଜିର ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସାମ୍ବାଦିକ ଏବଂ ଏଜେଣ୍ଟ ମଧ୍ୟ ଉପସ୍ଥିତ ଥିଲେ  ।  ଉପାନ୍ତ ଅଞ୍ଚଳର ଲୋକଙ୍କ ସମସ୍ୟା କିପରି ସକାଳରେ ପ୍ରତିଫଳନ ହେବ ଏବଂ ଲୋକଙ୍କ ପ୍ରସଙ୍ଗ ହେବ ସେଥିପ୍ରତି ବିଶେଷ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି  ମତ ପ୍ରକାଶ କରିଛନ୍ତି କର୍ମକର୍ତ୍ତା ।

ପ୍ରେସ ଉଦଘାଟନୀ ଉତ୍ସବ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ  ହୋଇଛି  । ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଅତିଥିଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ  । ଆଜିର ଉଦଘାଟନୀ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର  ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସକାଳର ଉନ୍ନତ ଭବିଷ୍ୟତ କାମନା କରିଥିଲେ  ।

Leave a Reply