ତାଜା ଖବର ସୋର: NH-୧୬ ଛପୁଲିଆ ଛକରେ ଅଟୋକୁ ଧକ୍କାଦେଲା ଟ୍ରକ୍, ୬ ଜଣ ଗୁରୁତର । ଗୋଟିଏ ପରିବାରର ବାପା, ମାଆ ଓ ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଅନ୍ୟ ୩ ଜଣ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତରିତ । December 15, 2019
ତାଜା ଖବର ଭୁବନେଶ୍ୱର: ୟୁନିଟ୍ ୮ ଡିଏଭି ଛକ ଟ୍ରାଫିକ ପୋଷ୍ଟରେ ଘରୋଇ ସଂସ୍ଥା ପକ୍ଷରୁ ଲାଗିଲା ସୋଲାର ଲାଇଟ୍ । ଉଦଘାଟନ କଲେ ଟ୍ରାଫିକ ଡିସିପି ସାଗରିକା ନାଥ । December 15, 2019
ତାଜା ଖବର ଯାଜପୁର: ଗାଧୋଇବାକୁ ଯାଇ ସେଲ୍ଫି ନେବାବେଳେ ଅଘଟଣ । ଖରସ୍ରୋତା ନଦୀର ତନ୍ତିଘାଇରେ ବୁଡ଼ିଗଲେ ୨ ଭଉଣୀ । ନାଜରିନ୍ ବେଗମ ଉଦ୍ଧାର, ସାଇସ୍ତା ବେଗମ ନିଖୋଜ । ଅଗ୍ନିଶମ ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ୍ ଜାରି । December 15, 2019
ତାଜା ଖବର ଖୋର୍ଦ୍ଧା: ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସରଞ୍ଜନ ଦାସଙ୍କୁ ଗୁଳିମାଡ଼ । କ୍ଲିନିକରେ ଡାକ୍ତର ଓ ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ପ୍ରଥମେ ଖୋର୍ଦ୍ଧା ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର । ୨ ମୁଖାପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିବା ଅଭିଯୋଗ । December 15, 2019
ତାଜା ଖବର ଭୁବନେଶ୍ୱର: ୧୪ ତମ ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଉଦଘାଟିତ । ଉଦଘାଟନ କଲେ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା । December 15, 2019
ତାଜା ଖବର ଦିଗପହଣ୍ଡି: ସାନଖେମୁଣ୍ଡି ତପ୍ତପାଣି ଘାଟିରେ ଦୁର୍ଘଟଣା । ପିକନିକ ବସ୍-ବାଇକ ଧକ୍କା । ବାଇକ ଆରୋହୀ ମୃତ, ୫ ଜଣ ଗୁରୁତର । ୨୦ରୁ ଅଧିକ ଯାତ୍ରୀ ଆହତ । ନୟାଗଡ଼ରୁ ଖସଡ଼ା ପିକନିକ୍ ପାଇଁ ଆସିଥିବା ବେଳେ ତପ୍ତପାଣି ହନୁମାନ ମନ୍ଦିର ସମ୍ମୁଖରେ ଓଲଟିଲା ବସ୍ । December 15, 2019
ତାଜା ଖବର ପୁରୀ: ଶ୍ରୀକ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଗଜପତି ମହାରାଜ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସ୍ୱାଗତଯୋଗ୍ୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ବିଜ୍ଞ ବ୍ୟକ୍ତି ଥିଲେ, ଶ୍ରୀମନ୍ଦିରର ବିକାଶ ପ୍ରତି ଧ୍ୟାନ ଦେଇନଥିବା କହିଲେ ଗଜପତି । December 15, 2019
ତାଜା ଖବର ପଟ୍ଟାମୁଣ୍ଡାଇ: ରାଜନଗର ପେଣ୍ଠ ବେଳାଭୂମିରେ ୩ଟି ଡଲଫିନର ମୃତଦେହ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ, ଅନୁଧ୍ୟାନ ପାଇଁ ପହଞ୍ଚିଲା ବନ ବିଭାଗ ଟିମ୍ ।ଟ୍ରଲର ମାଡ଼ରେ ମୃତ୍ୟୁ ଘଟିଥିବା ଅନୁମାନ । December 14, 2019
ତାଜା ଖବର ନୂଆଦିଲ୍ଲୀ: ମୁଣ୍ଡକା ଅଞ୍ଚଳର ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭାଇବା କାର୍ଯ୍ୟରେ ୧୨ଟି ଦମକଳ ଗାଡ଼ି ନିୟୋଜିତ । ବିଳମ୍ବିତ ରାତିରୁ କାରଖାନାରେ ଲାଗିଛି ନିଆଁ । December 14, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ପାଲଘର ଅଞ୍ଚଳରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୮ । December 14, 2019