ଭୀମଟାଙ୍ଗି ବିଭତ୍ସ ହତ୍ୟା: ଫେରାର ନହେବାରୁ ହତ୍ୟା କରିଥିଲା, ମୃତ୍ୟୁ ପରେ ସିନ୍ଦୂର ପିନ୍ଧାଇଥିଲା

ଭୁବନେଶ୍ୱର: ହତ୍ୟା କରିବା ପରେ ସିନ୍ଦୁର ପିନ୍ଧାଇଥିଲା ହତ୍ୟାକାରୀ । ସାଙ୍ଗରେ ଆଣିଥିଲା ଚକଲେଟ, ଛୁରୀ  ।  ବହୁଚର୍ଚ୍ଚିତ ରାଜଧାନୀ ପ୍ରିୟଙ୍କା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଲା ପୋଲିସ  । ଭିମଟାଙ୍ଗୀ ହତ୍ୟାକାଣ୍ଡକୁ ନେଇ କମିସନରେଟ ପୋଲିସ କରିଛି ବଡ଼ ଖୁଲାସା  । ହତ୍ୟାକୀର ଜଗନ୍ନାଥ ସୁସ୍ଥ ହେବା ପରେ ଥାନାରେ ପଚରା ଉଚରା କରିଛି ପୋଲିସ  ।  ସେଦିନ ହତ୍ୟାକାରୀ ଜଗନ୍ନାଥ କେମିତି ଓ କେଉଁ ସ୍ଥିତିରେ ପ୍ରିୟଙ୍କାଙ୍କୁ ହତ୍ୟା କରିଥିଲା ତାହାର ଟିକିନିଖି କଥା ଓଗାଳିଛି ପୋଲିସ ଆଗରେ  ।

ଏହାପରେ ଭୁବନେଶ୍ବର ଡିସିପି ଗଣମାଧ୍ୟମ ଆଗରେ ବଖାଣଛନ୍ତି ସମ୍ପୂର୍ଣ୍ଣ ଘଟଣା । ତଦନ୍ତ ବେଳେ ହତ୍ୟାକାରୀ ଜଗନ୍ନାଥ କହିଛି,  ଘଟଣାର ୪ ଦିନ ପୂର୍ବରୁ ସେ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ  ।  ହତ୍ୟା ପାଇଁ ରଚିଥିଲା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର  । ସାଥିରେ ନେଇ ଫେରାର କରିବ ନଚେତ ହତ୍ୟା କରିବ ବୋଲି ମନସ୍ଥ କରିସାରିଥାଏ ଜଗନ୍ନାଥ  । ସେଦିନ ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ନଥିବାବେଳେ ଘର ଭିତରକୁ ପ୍ରବେଶ କରିବାର ସୁଯୋଗ ପାଇଥିଲା ଜଗନ୍ନାଥ  । ସେପଟେ  ହତ୍ୟାକାଣ୍ଡ ଦିନ ସକାଳ 9ଟା ବେଳେ ପ୍ରିୟଙ୍କାଙ୍କ ଘର ଭିତରକୁ ପ୍ରବେଶ କରିଥିଲା । ସାଥିରେ ଚକଲେଟ, ଛୁରୀ ମଧ୍ୟ ନେଇଥିଲା ଜଗନ୍ନାଥ  ।

ଘରେ ପ୍ରବେଶ କରିବା ପରେ  ପ୍ରିୟଙ୍କାକୁ ବିବାହ କରିବା ସହ ସାଥିରେ ଫେରାର ହେବାକୁ କହିଥିଲା । କିନ୍ତୁ  ପ୍ରିୟଙ୍କା ଅଭିଯୁକ୍ତ ଜଗନ୍ନାଥ ସହିତ ଯିବା ପାଇଁ ମନା କରିଥିଲେ। ଏହି ସମୟରେ ଘର ମାଲିକ ଦହିବାର ଦେବାକୁ ଆସି କବାଟ ବାଡେଇଥିଲେ । ଧରା ପଡିଯିବା ଭୟରେ ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିବା ପୋଲିସ ଆଗରେ କହିଛି  । ଅନ୍ୟପଟେ ଘର ମାଲିକ ଦହିବାର ଦେବା ସମୟରେ ପ୍ରିୟଙ୍କାଙ୍କ କୁନି ପୁଅକୁ ସାଥିରେ ନେଇଯାଇଥିଲେ ।

ଘର ମାଲିକ  ଯିବା ପରେ ପୁନଶ୍ଚ ଜଗନ୍ନାଥ ବାଥରୁମରୁ ବାହାରି ପ୍ରୟଙ୍କାଙ୍କୁ ସାଥିରେ ଫେରାର ହୋଇଯିବା ନେଇ ଜିଦ୍ କରିଥିଲେ  । କିନ୍ତୁ ପ୍ରିୟଙ୍କା ନାରାଜ ହୋଇଥିଲେ  । ଏହି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଢେର ସମୟ ବଚସା ମଧ୍ୟ ହୋଇଥିବା ଜଣାପଡ଼ିଛି  । ଅନ୍ୟପଟେ ପ୍ରିୟଙ୍କା ମନା କରିବା ପରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଛୁରୀରେ ଜଗନ୍ନାଥ ହତ୍ୟା କରିଥିବା ସ୍ୱୀକାର କରିଛି । ସେହିପରି ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ  ହତ୍ୟାକାରୀ ଜଗନ୍ନାଥ ସିନ୍ଦୂର ପିନ୍ଧାଇଥିବା ପୋଲି୍ସ ଆଗରେ କହିଛି  ।

Leave a Reply