ରାଜ୍ୟରେ ନିଅଣ୍ଟିଆ ବର୍ଷା, ଆପାତକାଳୀନ ପ୍ଲାନ ପ୍ରସ୍ତୁତ କଲା OUAT

1 min read

ଭୁବନେଶ୍ୱର: ରାଜ୍ୟରେ ନିଆଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ପ୍ଲାନ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି OUAT। ମରୁଡ଼ି ହେଲେ କଣ କରାଯିବ ଚାଷର ସୁରକ୍ଷା ପାଇଁ, ତାହା ଏଥିରେ ଉଲ୍ଲେଖ ରହିଛି। ଚଳିତ ଥର ରାଜ୍ୟର 5ଟି ଜିଲ୍ଲାର 27 ବ୍ଲକରେ ମରୁଡ଼ି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି। ଓଡ଼ିଶା ତଥା ସାରା ଦେଶରେ ମୌସୁମୀ ବାୟୁ ଉପରେ କୃଷି କାର୍ଯ୍ୟ ନିର୍ଭର କରିଥାଏ।

ଏହା ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲିଥାଏ। ଏଥର ଜୁନ 1ରେ କେରଳ ଓ ଜୁନ 10ରେ ଓଡ଼ିଶା ପ୍ରଵେଶ କରିଛି ମୌସୁମୀ। ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ମୌସୁମୀ ବାୟୁ ଉପରେ ପ୍ରଭାବ ପକାଇଛି। କେତେବେଳେ ବର୍ଷା ହେଉଛି ନ ହେଲେ ହୋଇକି ଛାଡ଼ି ଯାଉଛି ତ ଆଉ କେତେବେଳେ ମୌସୁମୀ ଫେରିଯାଉଛି । ଯାହା ଫଳରେ ଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟରେ ମୌସୁମୀ ସମୟ 40 ଦିନ ଅତିବାହିତ କରିସାରିଛି। ମୌସୁମୀ ଆଗୁଆ ମରୁଡ଼ି ହେଲେ କମ ଧାନ ହେବ ।

କାରଣ ଯଦି ବୁଣା ନଷ୍ଟ ହୋଇଯାଇଥିବ ତେବେ ଫସଲ ହେବନି  । ଚଳିତ ବର୍ଷ 40 ଦିନ ବିତିଗଲାଣି, ତେଣୁ କମ ଅବଧି ଧାନ ନେଲେ ଶୀତ ପୂର୍ବରୁ ଧାନ ଅମଳ ହୋଇଯାଇପାରିବ । ମୌସୁମୀ ଅବଧିର ମଝିରେ ମରୁଡ଼ି ହେଲେ ସୁବିଧା ସ୍ଥାନରୁ ପାଣି ଆଣି ସମ୍ବେଦନଶୀଳ ଜମିରେ ପାଣି ମଡ଼ାଇ ପରିଚାଳନା କରିହେବ । ଶେଷ ପର୍ଯ୍ୟାୟରେ ମରୁଡି ହେଲେ ୟୁରିଆ ସାର ଛିଞ୍ଚି ବାଳୁଙ୍ଗା ଧାନ ବାଛି ଅମଳ କରିବାକୁ ହେବ ।

Leave a Reply